କଟକ: ସରକାରୀ PHD କ୍ୱାର୍ଟରରେ ଚାଲିଥିଲା ସେକ୍ସ ରାକେଟ, ଚଢାଉ କରି ଗରାଖ ସହ ରାଣୀ ମହୁମାଛୀକୁ ଗିରଫ କଲା ଲାଲବାଗ ପୋଲିସ

କଟକ(କେନ୍ୟୁଜ୍): କଟକରେ ଚାଞ୍ଚଲ୍ଯ। ସରକାରୀ କଲେଜ କ୍ଯାମ୍ପସ ପଛ ପଟେ ଥିବା ସରକାରୀ PHD କ୍ୱାର୍ଟରରେ ଚାଲିଥିଲା ସେକ୍ସ ରାକେଟ। ଖବର ପାଇ ସ୍ପେଶାଲ ସ୍କ୍ବାର୍ଡ ଓ ଲାଲବାଗ ଥାନା ପୋଲିସ ମିଳିତ ଭାବେ ଚଢ଼ାଉ କରି ରାଣୀ ମହୁମାଛି ସହ ୪ ଜଣ ମହିଳା ଓ ଦୁଇ ଜଣ ପୁରୁଷଙ୍କୁ ଗିରଫ କରିଛି ।

ପୁରୁଣା ଚାନ୍ଦିନୀ ଚୌକରେ ଥିବା ସରକାରୀ RNT କଲେଜ ପଛପଟେ ଥିବା PHD କ୍ୱାର୍ଟରରେ ଦୀର୍ଘ ଦିନ ଧରି ଚାଲିଥିଲା ଏହି ସେକ୍ସ ରାକେଟ।  ଜନୈକ ମହିଳା ଦଲାଲ ସାଜି ଗ୍ରାହକଙ୍କୁ ଆଣି ଯୋଗାଉଥିଲା। ଉଦ୍ଧାର ହୋଇଥିବା ଦୁଇ ଜଣ ଦେହଜୀବୀଙ୍କ ଡାକ୍ତରୀ ମଇନା ପାଇଁ ପଠାଯାଇଛି। ତେବେ ଏହା କେବେଠାରୁ ଚାଲୁଥିଲା ଏବଂ ଆଉ କିଏ କିଏ ସାମିଲ ଅଛନ୍ତି ସେ ନେଇ ତଦନ୍ତ କରୁଛି ଲାଲବାଗ ଥାନା ପୋଲିସ।