କାଳବୈଶାଖୀ ବର୍ଷାରେ ବେହାଲ କଟକ, ଗଳିକନ୍ଦିରେ ଜମିଛି ଆଣ୍ଠୁଏ ଉଚ୍ଚର ବର୍ଷା ପାଣି

କଟକ : କାଳବୈଶାଖୀ ବର୍ଷାରେ ବେହାଲ କଟକ ସହର ।  ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି ।  ଗଳିକନ୍ଦିରେ ଜମିଛି ଆଣ୍ଠୁଏ ଉଚ୍ଚର ବର୍ଷା ପାଣି।  ଜଳ ନିଷ୍କାସନ ପାଇଁ ଅହରହ ପମ୍ପ ଚାଲିଲେ ମଧ୍ୟ କମୁ ନାହିଁ ପାଣି । ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସହରବାସୀ ।

କଟକ ସହରର ବାଦାମବାଡ଼ି ରକ୍ସସି ଲେନ୍, ସାମନ୍ତସାହି, ପ୍ରଫେସରପଡ଼ା, ଫ୍ରେଣ୍ଡ୍ସ କଲୋନୀ, ତଥା ଅନ୍ୟାନ୍ୟ ଅଞ୍ଚଳରେ ଏବେ ମଧ୍ୟ ଜମି ରହିଛି ବର୍ଷା ପାଣି ।  ଅନ୍ୟପଟେ ୱାଟକୋ ବିଭାଗୀୟ ଅଧିକାରୀଙ୍କ ଅବହେଳା ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସଫେଇ ଦେଇଛି କଟକ ମହାନଗର ନିଗମ ।

ସଠିକ୍ ସମୟରେ ବକ୍ସ ଡ୍ରେନରେ କରାଯାଇଥିବା ବନ୍ଧ କଟା ନ ଯିବାରୁ ଏଭଳି ପରିସ୍ଥିତି ହେଲା ।  ବର୍ଷା ଜଳ ନିଷ୍କାସନ ହୋଇ ପାରିଲା ନାହିଁ ବୋଲି ପ୍ରତିକ୍ରିୟା ରଖିଛନ୍ତି ମେୟର ।

Also read: ୧୯ ଯାଏ ଲାଗି ରହିବ କାଳବୈଶାଖୀ ବର୍ଷା, ଆଜି ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ