ମାସ୍କ ନଥିଲେ ମାଲଗୋଦାମରେ ମିଳିବନି ମାଲ୍‌ ନିଷ୍ପତ୍ତି ନେଲେ ମାଲଗୋଦାମ ବ୍ୟବସାୟୀ ସଂଘ

କେନ୍ୟୁଜ (ବ୍ୟୁରୋ): ମାସ୍କ ନଥିଲେ ମାଲଗୋଦାମରେ ମିଳିବନି ମାଲ୍‌। ମାଲଗୋଦାମ ବ୍ୟବସାୟୀ ସଂଘ ନେଇଛି ଏଭଳି ନିଷ୍ପତ୍ତି। ମାଲଗୋଦାମ ବେହେରା ସାହି ଓ ତେଲୁଗୁ ବସ୍ତିରେ ଶତାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମାଲଗୋଦାମର ବ୍ୟବସାୟ ତିନିଟି ପର୍ଯ୍ୟାୟରେ କରିବା ପାଇଁ ନିଷ୍ପତ୍ତି ନେଇଛି କଟକ ଚାମ୍ବର ଅଫ କମର୍ସ ।

ଚାମ୍ବର ଅଫ କମର୍ସ ପକ୍ଷରୁ ବୈଠକ ଡକାଯାଇ ନିଷ୍ପତ୍ତି ନିଆଯାଇଛି ଯେ, ଯେଉଁମାନେ ଅଣଅତ୍ୟାବଶ୍ୟକ ସାମଗ୍ରୀ ବ୍ୟବସାୟ କରୁଛନ୍ତି ସେମାନେ ସକାଳ ୬ରୁ ଦିନ ୧୦ଟା ପର୍ଯ୍ୟନ୍ତ ବ୍ୟବସାୟ କରିବେ। ଯେଉଁମାନେ ଅତ୍ୟାବଶ୍ୟକ ହୋଲ୍‌ସେଲ୍‌ ବ୍ୟବସାୟ କରୁଛନ୍ତି ସେମାନେ ଦିନ ୧୦ରୁ ଦିନ ୨ଟା ପର୍ଯ୍ୟନ୍ତ ବ୍ୟବସାୟ କରିବେ। ଏହାବ୍ୟତୀତ ଖୁଚୁରା ବ୍ୟବସାୟୀ ଦିନ ୨ଟାରୁ ରାତି ୮ ପର୍ଯ୍ୟନ୍ତ ବିକ୍ରୟ କରିବେ। ଏହାବ୍ୟତୀତ ସାମାଜିକ ଦୂରତ୍ୱ ରଖିବା ସହ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ସାନିଟାଇଜରକୁ କଡାକଡି କରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.