କଟକର ବହୁଚର୍ଚ୍ଚିତ ମାଲଗୋଦାମ ଡାଲି ବ୍ୟବସାୟୀ ଫାରୁକ ହତ୍ୟା ମାମଲା: ୭ବର୍ଷ ପରେ ଗିରଫ ହେଲା ଅଭିଯୁକ୍ତ

କଟକ(କେନ୍ଯୁଜ୍): ୭ବର୍ଷ ପରେ ଗିରଫ ହେଲା ହତ୍ୟା ଅଭିଯୁକ୍ତ ଶଙ୍କର ଓରଫ ଦୀପକ କୁମାର ନାୟକ। କଟକର ବହୁଚର୍ଚ୍ଚିତ ମାଲଗୋଦାମ ଡାଲି ବ୍ୟବସାୟୀ ଫାରୁକ ହତ୍ୟା ମାମଲାର ଅଭିଯୁକ୍ତ ଗିରଫ। ୨୦୧୪ରେ ହତ୍ୟା ପରଠାରୁ ଫେରାର ଥିଲା ଶଙ୍କର। ଦାଦାବଟି ପାଇଁ ଘଟିଥିଲା ହତ୍ୟା। ତା ଠାରୁ ଗୋଟିଏ ପିସ୍ତଲ, ୨ରାଉଣ୍ଡ ଗୁଳି ଜବତ ହୋଇଥିବା ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।

୨୦୧୪ ନଭେମ୍ବର ୨୪ ତାରିଖରେ ଫାରୁକ ଗୋଦାମରେ ବସିଥିବା ବେଳେ ଶଙ୍କର ଓ ତା ସହଯୋଗୀ ବାଇକରେ ଆସି ଗୁଳି ମାରି ହତ୍ୟା କରିଥିଲେ। ଦାଦାବଟି ପାଇଁ ହତ୍ୟା ପରେ ସେ ଫେରାର ହୋଇଯାଇଥିଲା। ପରେ ହତ୍ୟା ମାମଲାରେ ୪ଜଣଙ୍କୁ ଗିରଫ କରାଯାଇଥିଲା। କଟକ ରେଳ ଷ୍ଟେସନ ଅଞ୍ଚଳରେ ସେ ଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିବା ପରେ ତାକୁ ଗିରଫ କରିଛି କମିସନରେଟ ପୋଲିସ।

କଟକରୁ ଚେନ୍ନାଇ ଯିବାକୁ ଯୋଜନା କରୁଥିବା ବେଳେ ଗିରଫ କରାଯାଇଛି। ପଚରାଉଚରା ବେଳେ ଧଳସାମନ୍ତର ସହଯୋଗୀ ବୋଲି ସ୍ୱୀକାର କରିଛି। ଧଳସାମନ୍ତ ଭାଇଙ୍କ ପାଇଁ ସେ ଦାଦାବଟି ଆଦାୟ କରୁଥିଲା ବୋଲି ପୋଲିସକୁ କହିଛି। ପରେ ତାକୁ ନେଇ ହତ୍ୟାର ସିନ୍‌ ରିକ୍ରିଏଟ କରିଛି କମିସନରେଟ ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.