କଟକ ମାଲଗୋଦାମ ବଣିକ ସଂଘର ନିଷ୍ପତ୍ତି, ଏଣିକି ଦୁଇ ଭାଗରେ ବିଭକ୍ତ ହେବ ରିଟେଲ୍‌ ଓ ହୋଲ୍‌ସେଲିଂ  ସମୟ

କଟକ: କରୋନା ମୁକାବିଲା ପାଇଁ କଟକ ମାଲଗୋଦାମ ବଣିକ ସଂଘ ପକ୍ଷରୁ ବୈଠକ ଡକାଇ ବଡ ନିଷ୍ପତି ନେଇଛନ୍ତି । ବୈଠକରେ ବିଶେଷ ଭାବେ ଭିଡ଼ କମ୍‌ କରିବା ଉପରେ ଆଲୋଚନା ହୋଇଛି । ଆଲୋଚନାରେ ନିଷ୍ପତି ହୋଇଛିକି ଏଣିକି ରିଟେଲ୍‌ ଓ ହୋଲ୍‌ସେଲିଂ  ସମୟକୁ ଦୁଇ ଭାଗରେ ଭାଗ କରାଯିବ ।

malgown

ରିଟେଲ୍‌ ଦୋକାନୀମାନେ ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ  ନିଜ ନିଜ ଦୋକାନ ଖୋଲା ରଖିବେ । ସେଭିଭଳି ହୋଲସେଲିଂ ଦୋକାନୀ ଅପରାହ୍ନ ୨ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ନିଷ୍ପତ୍ତି ହୋଇଛି । ପ୍ରାୟ ଦେଢ ମାସ ପାଇଁ ଖାଦ୍ୟ ସାମଗ୍ରୀ  ମହଜୂତ ରହିଛି ବୋଲି ସୂଚନା ଦେଇଛନ୍ତି ମାଲଗୋଦାମର ସମ୍ପାଦକ ପ୍ରଫୁଲ ଛାଟୋଇ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.