ରାସ୍ତାରେ ଖାଇଲେ ରାସ୍ତାରେ ଶୋଇଲେ, କାମ ନ ସରିବା ଯାଏ ଯିବେ ନାହିଁ ବୋଲି ଜିଦ୍ ଧରିଲେ କଟକ ମେୟର

କଟକ(କେନ୍ୟୁଜ୍): ରାସ୍ତାରେ ଖାଇଲେ ରାସ୍ତାରେ ଶୋଇଲେ କଟକ ମେୟର। ମେୟର ସୁବାସ ସିଂ କଟକ ସହରର ଚୌଧୁରୀ ବଜାର ରାସ୍ତାରେ ଗତକାଲି ରାତି କାଟିଛନ୍ତି। କଟକ ସହରରେ ଜାଇକା କାମ ଚାଲିଥିବା ବେଳେ ବିଭିନ୍ନ ସମୟରେ ରାସ୍ତାରେ ଗର୍ତ୍ତ ସୃଷ୍ଟି ହେଉଛି।

ଗତକାଲି ରାତି ପ୍ରାୟ ୯ ଟା ସମୟରେ ଏଭଳି ଖବର ପାଇ ଚୌଧୁରୀ ବଜାରରେ ପହଁଚି ଥିଲେ ସୁଭାଷ ସିଂ। ରାତିରେ କାମ ନ ସରିବା ପର୍ଯ୍ୟନ୍ତ ଯିବେ ନାହିଁ ବୋଲି ଜିଦ୍ ଧରିଥିଲେ ମେୟର। କର୍ମଚାରୀ କାମ କଲେ ମେୟର ଜଗି ବସିଲେ। ତାଙ୍କର ଅନୁଗାମୀ ମାନେ ଖାଇବା ଆଣି ଦେବାରୁ ରାସ୍ତାରେ ବସି ଖାଇଲେ ଏବଂ ସେହି ସ୍ଥାନରେ ଖଟିଆ ପକାଇ ଶୋଇଲେ। କଟକ ମେୟର ସୁଭାଷ ସିଂଙ୍କ ଏଭଳି ଚିନ୍ତାଧାରାକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.