ଓଡ଼ିଶାକୁ ମିଳିପାରେ ନୂଆ ବାଚସ୍ପତି, ସାଂସଦ ଭର୍ତ୍ତୃହରି ମହତାବ ହୋଇପାରନ୍ତି ଲୋକସଭା ସ୍ପିକର

କଟକ (କେନ୍ୟୁଜ): ଓଡ଼ିଶାକୁ ମିଳିପାରେ ବାଚସ୍ପତି ପଦବୀ । କଟକ ସାଂସଦ ଭର୍ତ୍ତୃହରି ମହତାବ ହୋଇପାରନ୍ତି ଲୋକସଭା ସ୍ପିକର । ଦେଶର ଜଣେ ଅଭିଜ୍ଞ, ବରିଷ୍ଠ ସାଂସଦ ହେଉଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ । ଏଥର ଲୋକସଭାରେ ସେ ବାଚସ୍ପତି ହେବା ସମ୍ଭାବନା ଅଧିକ। ପୂର୍ବରୁ ଏକାଧିକବାର ଭର୍ତ୍ତୃହରି ମହତାବ ସ୍ପିକର ପାନେଲରେ ରହି ଆସିଛନ୍ତି। ୧୯୯୮ ରୁ ବିଜେଡି ଟିକେଟରେ କଟକ ସଂସଦୀୟ କ୍ଷେତ୍ରରୁ ଜିତି ଆସୁଥିବା ଭର୍ତ୍ତୃହରି ମହତାବ ଏଥର ବିଜେପି ଟିକେଟରୁ ଜିତିଛନ୍ତି।

ଅନେକ ଥର ବାଚସ୍ପତି ଆସନରେ ବସି ଲୋକସଭା ପରିଚାଳନାରେ ନିଜର ଦକ୍ଷତା ମଧ୍ୟ ପ୍ରମାଣିତ କରିଛନ୍ତି। ସପ୍ତମ ଥର ପାଇଁ ଲୋକସଭାକୁ ଯାଉଥିବା ଭର୍ତ୍ତୃହରି ମହତାବ ୨୦୧୭ ରେ ଆଉଟଷ୍ଟାଣ୍ଡିଙ୍ଗ ପାର୍ଲିଆମେଣ୍ଟରିଆନ ଆୱାର୍ଡ ପାଇଥିବା ବେଳେ ୨୦୧୭, ୨୦୧୮, ୨୦୧୯ ଓ ୨୦୨୦ ରେ ଶଂସଦ ରତ୍ନ ଆୱାର୍ଡ ପାଇଛନ୍ତି। ତେଣୁ ଏନଡିଏ ସରକାର ତାଙ୍କୁ ବାଚସ୍ପତି ଆସନରେ ବସାଇ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ପାର୍ଲାମେଣ୍ଟକୁ ୭ ଥର ନିର୍ବାଚିତ ହୋଇଛନ୍ତି ଭର୍ତ୍ତୁହରି। ଗୃହ ପରିଚାଳନା ନେଇ ତାଙ୍କର ବହୁ ଅଭିଜ୍ଞତା ରହିଛି।

You might also like