ଏସସିବି ମେଡିକାଲରେ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଡାକ୍ତର ଗିରଫ

କଟକ : ଏସସିବି ମେଡିକାଲରେ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଡାକ୍ତର ଗିରଫ । କାର୍ଡିଓଲୋଜି ବିଭାଗର ଡାକ୍ତରଙ୍କୁ ଗିରଫ କଲା ମଙ୍ଗଳାବାଗ ଥାନା ପୋଲିସ । ଗିରଫ ପରେ କୋର୍ଟରେ ହାଜର କରିଛି ପୋଲିସ । ସେପଟେ ଡାକ୍ତର ଗିରଫ ପରେ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ପରିବାର । ତାଙ୍କୁ ମିଛ ମାମଲାରେ ଫସାଇ ଦିଆଯାଇଥିବା କହିଛନ୍ତି ପରିବାର ଲୋକ । ଘଟଣାର ସଠିକ ତଦନ୍ତ କରାଯାଉ । ତାଙ୍କୁ ଫସାଇ ଦିଆଯାଇଥିବା ଡାକ୍ତରଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁଯାୟୀ, ଅଗଷ୍ଟ ୧୧ ତାରିଖରେ ଏସସିବି କାର୍ଡିଓଲୋଜି ବିଭାଗରେ ଘଟିଥିଲା ଏଭଳି ଲଜ୍ଜାଜନକ ଘଟଣା । ଜଣେ ଡାକ୍ତରଙ୍କ ସଂପର୍କୀୟ ଦୁଇଜଣ ମହିଳା ଇକୋ ଟେଷ୍ଟ ପାଇଁ ଯାଇଥିବା ବେଳେ ସେଠାରେ ଅନ୍ୟ ଜଣେ ଡାକ୍ତର ସେମାନଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଥିଲେ । ଏହା ପରେ ସଂପୃକ୍ତ ମହିଳାଙ୍କ ସଂପର୍କୀୟ ମାନେ ଅଭିଯୁକ୍ତ ଡାକ୍ତରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଏଥିରେ ସେ ଗୁରୁତର ହୋଇ ଏସସିବି ମେଡିକାଲର ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ପୀଡ଼ିତା ମହିଳାଙ୍କ ଅଭିଯୋଗ ପରେ ମଙ୍ଗଳାବାଗ ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.