କଟକରେ ବେଆଇନ ଗୋରୁ ଚାଲାଣ, ୧୦ ଗୋରୁଙ୍କୁ ଉଦ୍ଧାର କଲା ପୋଲିସ

କଟକ: କଟକରେ ବେଆଇନ ଗୋରୁ ଚାଲାଣ । ୧୦ ଗୋରୁଙ୍କୁ ଉଦ୍ଧାର କଲା କଟକ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ । ଏକ ପିକ ଅପ୍ ଭ୍ୟାନ ଜବତ କରିଛି ପୋଲିସ । ଗାଡି ଚାଳକକୁ ଗିରଫ କରିଛି । ଗଡଗଡିଆ ମନ୍ଦିର ନିକଟରେ ଗାଡିକୁ ଧରିଛି ପୋଲିସ । ଅନୁଗୋଳରୁ ଜଗତପୁର ଚାଲାଣ ବେଳେ ଧରାପଡିଛି ଗାଡି । ଗାଡି ମାଲିକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଉଦ୍ଧାର ଗୋରୁଙ୍କୁ ଜଗତପୁର ଅନ୍ନପୂର୍ଣ୍ଣା ଗୋ ଶାଳାରେ ଛାଡ଼ିଛି ପୋଲିସ । ଏ ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଡିସିପି ଅନିଲ ମିଶ୍ର ।

You might also like