କଟକ(କେନ୍ୟୁଜ୍): କଟକରେ ସିିରିଏଲ କିଲରକୁ ଅଧିକ ତଦନ୍ତ ଲାଗି ରିମାଣ୍ଡରେ ଆଣିବ ପୋଲିସ । ଏ ନେଇ କୋର୍ଟରେ ଆବେଦନ କରାଯିବ । ଘଟଣା ନେଇ ଅଧିକ ଖୋଳତାଡ କରିବ କମିଶନରେଟ୍ ପୋଲିସ । କାହିଁକି ହତ୍ୟା କରିଥିଲା ? ଘଟଣାରେ ଆଉ କିଏ ସଂପୃକ୍ତ କି? ତୃତୀୟ ହତ୍ୟାକାଣ୍ଡର ରହସ୍ୟ କଣ? ଏସବୁ ଘଟଣାର ପର୍ଦ୍ଦାଫାସ କରାଯିବ । ଗତକାଲି ହତ୍ୟାସ୍ଥଳରେ ଡେମୋ ଦେଖାଇଥିଲା ନାରାୟଣ ସାହୁ । କିଭଳି ରଚିଥିଲା ଦୁଇ ଦୁଇଟି ହତ୍ୟାକାଣ୍ଡ, ସେନେଇ ନାରାୟଣ ପୋଲିସକୁ ଡେମୋ ଦେଖାଇଥିଲା । ହତ୍ୟାକାଣ୍ଡରେ ବ୍ୟବହୃତ ଏକ କୁରାଢି ଅଳିଆ ଗଦାରୁ ଜବତ ହୋଇଥିଲା । କଟକରେ ୨୪ ଘଣ୍ଟାରେ ତିନି ତିନି ଜଣଙ୍କୁ ହତ୍ୟା କରି ଆତଙ୍କ ସୃଷ୍ଟି କରିଥିଲା ନାରାୟଣ। ସିସିଟିଭି ଫୁଟେଜ୍ ଆଧାରରେ ନାରାୟଣଙ୍କୁ ନୟାଗଡ଼ ଜିଲ୍ଲାରୁ ଧରିଥିଲା ପୋଲିସ । ଏପଟେ ପୋଲିସ ତାଙ୍କ ସ୍ୱାମୀଙ୍କୁ ଫସାଇ ଦେଇଥିବା ଅଭିଯୋଗରେ ନୟାଗଡ଼ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଭିଯୁକ୍ତ ନାରାୟଣ ସାହୁଙ୍କ ପତ୍ନୀ । ପରିବାର ଲୋକଙ୍କ କହିବା କଥା ସେ ଘଟଣା ଦିନ କଟକରେ ହିଁ ନଥିଲେ । ପୋଲିସ କିନ୍ତୁ ଶହେ ପ୍ରତିଶତ ଦାବି କରୁଛି ସେ କଟକରେ ଥିଲେ ।