ଦୁଷ୍ମନ୍ତଙ୍କୁ କିଏ ନେଇଥିଲା ବିଧାନସଭା ସମ୍ମୁଖକୁ? ଜଗତସିଂହପୁର ନୁହେଁ କଟକ ପୋଲିସ କରିବ ତଦନ୍ତ

କଟକ(କେନ୍ୟୁଜ୍):  କୁଜଙ୍ଗର ଦୁଷ୍ମନ୍ତ ଦାସ ମୃତ୍ୟୁ ମାମଲାର ତଦନ୍ତ କରିବ କଟକ ପୋଲିସ। ମାମଲା ଜଗତସିଂହପୁରରୁ କଟକକୁ ସ୍ଥାନାନ୍ତର ନେଇ ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ପୁଅର ମୃତ୍ୟୁ ନେଇ କୁଜଙ୍ଗ ଥାନାରେ ଏତଲା ଦେଇଥିଲେ ଦୁଷ୍ମନ୍ତଙ୍କ ମାଆ ବାସନ୍ତୀ ଦାସ। ତାଙ୍କ ଅଭିଯୋଗ ଆଧାରରେ ହେବ ତଦନ୍ତ। ଏତଲାରେ ତାଙ୍କ ପୁଅ ଚାଲିବାକୁ ଅକ୍ଷମ ଥିବା ଉଲ୍ଲେଖ କରିଥିଲେ। ଦୁଇମାସ ଧରି କଟକରେ ପୁଅ ଚିକିତ୍ସିତ ହେଉଥିବା ବେଳେ ସେ ପାଖେପାଖେ ଥିଲେ।

କେହି ଜଣେ କଟକ ମେଡିକାଲ ଆସି ତାଙ୍କ ପୁଅକୁ ଭୁବନେଶ୍ୱର ନେଇଥିଲା। ପରେ ଗତ ବୁଧବାର ଦିନ ବିଧାନସଭା ଆଗରେ ସେ ହାତ କାଟି ବିଷ ଦେଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛି। ଅଜଣା ବ୍ୟକ୍ତିଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ସେ। ତଦନ୍ତ ପରେ ଆଇନ ଅନୁଯାୟା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପୋଲିସ କମିସନର ।

Leave A Reply

Your email address will not be published.