ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ବସ୍ ଓ ଛୋଟ ଗାଡିର କଡାକଡି ଯାଞ୍ଚ, ଆଜିଠୁ ୨୭ ଯାଏଁ ଚାଲିବ ଏହି ସ୍ୱତନ୍ତ୍ର ଡ୍ରାଇଭ୍‌

କେନ୍ୟୁଜ୍: ରାଜ୍ୟ ସରକାରଙ୍କୁ ସ୍କୁଲ ପିଲାଙ୍କ ଚିନ୍ତା। ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ବସ କିମ୍ବା ଛୋଟ ଗାଡିର ;ଚାଲିଛି କଡାକଡି ଯାଞ୍ଚ। ଆଜିଠୁ ୨୭ ତାରିଖ ଯାଏଁ ଚାଲିବ ଏହି ସ୍ୱତନ୍ତ୍ର ଡ୍ରାଇଭ୍‌। ଏହି ସ୍ପେଶାଲ୍‌ ଡ୍ରାଇଭରେ ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ସବୁ ପ୍ରକାର ଗାଡ଼ିର ଫିଟନେସ୍‌, ପରମିଟ , ଇନ୍‌ସ୍ୟୁରାନ୍‌ସ ଓ ପଲ୍ୟୁସନ ସାର୍ଟିଫିକେଟ ଆଦି ଯାଞ୍ଚ କରାଯିବ।

୨ ବର୍ଷ ହେଲା ସ୍କୁଲ ବନ୍ଦ ଥିବାରୁ ଗାଡି ଗୁଡିକ ବନ୍ଦ ହୋଇ ପଡିରହି ଥିଲା। ଏବେ ସ୍କୁଲ ଖୋଲିଲା ପରେ ପିଲାମାନଙ୍କୁ ନେବା ଆଣିବା କରୁଛି ସ୍କୁଲ ବସ୍‌, ଅଟୋ, ମିନିବସ୍‌। ସେ ସବୁର ମାନ ଯାଞ୍ଚ କରୁଛନ୍ତି ଅଧିକାରୀ। ରବିବାର ଛାଡି ଅନ୍ୟ ଦିନରେ ଚାଲିବ ଚେକିଂ। ସପ୍ତାହେବ୍ୟାପୀ ଯାଞ୍ଚ ପରେ ୨୮ ତାରିଖରେ ରିପୋର୍ଟ ଦେବାକୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ ପିଲାଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଏଭଳି ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.