କଟକ ସଦର ବ୍ଲକ ଅଧକ୍ଷା ବିଷ୍ଣୁପ୍ରିୟା ରାଉତଙ୍କ ପରଲୋକ, ନିର୍ଦ୍ବନ୍ଦରେ ଜିତିଥିଲେ ଚେୟାରମ୍ୟାନ ପଦ

କଟକ(କେନ୍ୟୁଜ୍): ନଵ ନିର୍ବାଚିତ ବିଜୁ ଜନତା ଦଳର କଟକସଦର ବ୍ଲକ ଅଧ୍ୟକ୍ଷା ବିଷ୍ଣୁପ୍ରିୟା ରାଉତଙ୍କର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ।

ନିକଟରେ ସେ କଟକ ସଦର ବ୍ଲକ ଗତିରାଉତପାଟଣାର ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ବିଜୁ ଜନତା ଦଳ ପକ୍ଷରୁ ତାଙ୍କୁ ସଦର ବ୍ଲକ ଅଧ୍ୟକ୍ଷା ଭାବେ ମନୋନୀତ କରାଯାଇ ଥିବା ବେଳେ ସେ ନିର୍ଦ୍ବନ୍ଦରେ ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.