ବିଶ୍ୱସ୍ତରୀୟ ହେବ SCB ହସପିଟାଲ, ସମ୍ପ୍ରସାରଣ କାର୍ଯ୍ୟର ତଦାରଖ କଲେ ଫାଇଭ ଟି ସଚିବ

କଟକ(କେନ୍ଯୁଜ୍): କଟକ SCB ସଂପ୍ରସାରଣ କାର୍ଯ୍ୟ ତଦାରଖ କଲେ 5T ସଚିବ । ସ୍ଥିତି ଅନୁଧ୍ୟାନ କରିଛନ୍ତି 5T ସଚିବ ଭି କେ ପାଣ୍ଡିଆନ୍‌ । ଭୋର ୫ଟାରେ ତାଳଦଣ୍ଡା କେନାଲର ଅତ୍ୟାଧୁନିକରଣ କାର୍ଯ୍ୟର ତଦାରଖ କରିଥିଲେ । SCBକୁ ଏମ୍‌ସ ପ୍ଲସ କରିବାକୁ ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । SCB ହେବ ବିଶ୍ୱସ୍ତରୀୟ ହସ୍‌ପିଟାଲ ।

ଏହାର ସଲଗ୍ନ ରାସ୍ତାକୁ ପ୍ରଶସ୍ତ କରାଯାଇଛି। ୧୦ହଜାରରୁ ଉର୍ଦ୍ଧ୍ୱ ବସ୍ତିବାସିନ୍ଦାଙ୍କୁ ଅନ୍ୟତ୍ର ଥଇଥାନ କରାଯାଇଛି। ଭି.କେ ପାଣ୍ଡିଆନଙ୍କ ସହ ନଗର ଉନ୍ନୟନ ସଚିବ କିଶନ କୁମାର, କେନ୍ଦ୍ରାଞ୍ଚଳ ଆରଡିସି ଅନୀଲ ସାମଲ ଓ ସିଏମ୍‌ସି କମିଶନର ଅନନ୍ୟା ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ବରିଷ୍ଠ ଅଧିକାରୀ ଭିନିଲ କ୍ରିଷ୍ଣା ମଧ୍ୟ ସାମିଲ ଥିଲେ। ଏହାପରେ ଖାନନଗରରେ ଚାଲିଥିବା ବସଷ୍ଟାଣ୍ଡର କାର୍ଯ୍ୟର ମଧ୍ର ସମୀକ୍ଷା କରିଥିଲେ ଫାଇଭ ଟି ସଚିବ । ଉଭୟ କାର୍ଯ୍ୟ ତ୍ୱରାନ୍ଵୀତ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି ଭି କେ ପାଣ୍ଡିଆନ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.