ରାଣୀହାଟ ଶଗଡ଼ିଆ ସାହି ହତ୍ୟାକାଣ୍ଡ ଘଟଣା, ଅଭିଯୁକ୍ତ ପ୍ରଦୋଷ କୁମାର ନାୟକ ଗିରଫ

କଟକ(କେନ୍ଯୁଜ୍): ରାଣୀହାଟ ଶଗଡ଼ିଆ ସାହି ହତ୍ୟାକାଣ୍ଡ ଘଟଣା। ଅଭିଯୁକ୍ତ ପ୍ରଦୋଷ କୁମାର ନାୟକକୁ ଗିରଫ କରି କୋର୍ଟ ଚାଲାଣ କଲା ମଙ୍ଗଳାବାଗ ଥାନା ପୋଲିସ। ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ମଧ୍ଯ ଜବତ କରାଯାଇଛି।

ନିଜ ସାନ ଭାଇ ପ୍ରସନ୍ନ କୁମାର ନାୟକକୁ ହତ୍ୟା କରିଛି ଗିରଫ ଅଭିଯୁକ୍ତ। କଟକ ଡିସିପି ପ୍ରତୀକ ସିଂଙ୍କ ପକ୍ଷରୁ ଏହି ସୂଚନା ମିଳିଛି। ଘର ଭଡା ଟଙ୍କା ଓ ସମ୍ପତ୍ତି ପାଇଁ ପ୍ରଥମେ ହୋଇଥିଲା ବିବାଦ। ଗତ ୧ ତାରିଖ ଦିନ ଅପରାହ୍ନରେ ଘଟିଥିଲା ଏହି ହତ୍ୟାକାଣ୍ଡ। ସୂଚନା ଥାଉକି, ଅଭିଯୁକ୍ତ ନାଁ ରେ ପୂର୍ବରୁ ମଙ୍ଗଳାବାଗ ଥାନାରେ ରହିଛି ୩ ଟି ମାମଲା।

You might also like