କଟକ: ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଜରିମାନା, ସ୍ୱତନ୍ତ୍ର ପୋକସୋ ଅଦାଲତ ଦେଲେ ନିର୍ଦ୍ଦେଶ

୨୦୧୭ ମେ ୨୪ ତାରିଖରେ ଘଟିଥିଲା ଏହି ଦୁଷ୍କର୍ମ ଘଟଣା। ୪୨ ବର୍ଷୀୟ ସୁନିଆ ବେହେରା ୧୬ ବର୍ଷୀୟା ନାବାଳିକାକୁ କରିଥିଲା ଦୁଷ୍କର୍ମ। ପିଡିତାକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ନିର୍ଦ୍ଦେଶ।

କଟକ(କେନ୍ୟୁଜ୍):  ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ। କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ। କଟକ ସ୍ୱତନ୍ତ୍ର ପୋକସୋ ଅଦାଲତ ଦେଲେ ନିର୍ଦ୍ଦେଶ। ୨୦୧୭ ମେ ୨୪ ତାରିଖରେ ଘଟିଥିଲା ଏହି ଦୁଷ୍କର୍ମ ଘଟଣା। ୪୨ ବର୍ଷୀୟ ସୁନିଆ ବେହେରା ୧୬ ବର୍ଷୀୟା ନାବାଳିକାକୁ କରିଥିଲା ଦୁଷ୍କର୍ମ। ପିଡିତାକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ଜରିଆରେ ଦିଆଯିବ କ୍ଷତିପୂରଣ। ମାମଲା ପରିଚାଳନା କରୁଥିଲେ ସରକାରୀ ଓକିଲ ରମେଶ ଚନ୍ଦ୍ର ମହାନ୍ତି।