କଟକ : କଟକ ପୂଜା ମଣ୍ଡପ ବୁଲିବା ପରେ ଏହାକୁ ସ୍ମାର୍ଟ ସିଟି କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି 40 ଟି ପୂଜା ମଣ୍ଡପକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ । ମା’ ଙ୍କ ଦର୍ଶନ କରିବା ସହ ମା’ ଙ୍କ ନିକଟରେ ପ୍ରାଥନା କରିଥିଲେ । କଟକ ସହରକୁ ସର୍ବାଙ୍ଗୀଣ ବିକାଶ କିପରି ହେଇପାରିବ ତା ଉପରେ ମୁଖ୍ୟ ଫୋକସ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏ ସହର ଆଗାମୀ ଦିନରେ ସ୍ମାଟ ସିଟି ହେବ । କଟକ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । କଟକରେ 34 ପ୍ରକାର ଆଇଟମ ସହ ଉଷୁନା ଭାତର ପଖାଳ ଖାଇଲେ ମୁଖ୍ୟମନ୍ତ୍ରୀ । କଟକ ଓ ଭୁବନେଶ୍ୱର ଦୁଇଟି ସହରକୁ ମିଶାଇ ହେବ ଟୁଇନ ସିଟି । ଏନେଇ ଏକ ପ୍ରସ୍ତାବ ଉପରେ ବିଚାର ଚାଲିଛି । ଏହା ଦ୍ୱାରା କଟକର ବିକାଶ ଦୃତ ଗତିରେ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ । କଟକ ପୂଜା ମଣ୍ଡପ ବୁଲିବା ପରେ ସର୍କିଟ ହାଉସରୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିଆସିଛନ୍ତି ।