ଆସନ୍ତା ମେ ୬’ରୁ ୧୭ତମ କଟକ ବୈଶାଖୀ ବାଣିଜ୍ୟ ମେଳା ଆରମ୍ଭ, କୋଭିଡ୍‌ ଗାଇଡଲାଇନ୍‌ ମଧ୍ୟରେ ହେବ ପାଳନ

କଟକ(କେନ୍ୟୁଜ୍): ଦୁଇ ବର୍ଷ ପରେ ପୁଣି କଟକକୁ ଫେରିବ ମେଳା । ଆସନ୍ତା ମେ ମାସ ୬ ରୁ ଆରମ୍ଭ ହେବ ୧୭ତମ କଟକ ବୈଶାଖୀ ବାଣିଜ୍ୟ ମେଳା । ୬ ରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । କଟକର ବାଲିଯାତ୍ରା ପଡିଆରେ ଆୟୋଜିତ ହେଉଥିବା ଏହି ମେଳାରେ ଚଳିତ ବର୍ଷ ମଧ୍ୟ ଦେଶର ବିଭିନ୍ନ ଅଞ୍ଚଳରୁ ବ୍ୟବସାୟୀ ଅଂଶଗ୍ରହଣ କରିବେ ।

ମୋଟ ୪୫୦ ଷ୍ଟଲ ଏହି ମେଳାରେ ରହିବ । ସେଥିମଧ୍ୟରୁ ୩୭୦ଟି ଏସ୍‌ଏଚ୍‌ଜି ଗ୍ରୁପ ପକ୍ଷରୁ କରାଯିବ । କରୋନା ଯୋଗୁ କଟକ ବୈଶାଖୀ ବାଣିଜ୍ୟ ମେଳା ଗତ ଦୁଇବର୍ଷ ଧରି ବନ୍ଦ ରହିଥିଲା । ତେବେ ସରକାରଙ୍କ କୋଭିଡ୍‌ ଗାଇଡଲାଇନ୍‌ ମଧ୍ୟରେ ମେଳା ଅନୁଷ୍ଠିତ ହେବ

Leave A Reply

Your email address will not be published.