କଟକ ଭିଜିଲାନ୍ସଙ୍କ ହାତରୁ ଗିରଫ ହୋଇ ଚୌଦ୍ୱାର ଜେଲରେ ଢେଙ୍କାନାଳର କୋଟିପତି ଆରଟିଓ

RTOକଟକ: ଚୌଦ୍ୱାର ଜେଲରେ ଢେଙ୍କାନାଳର କୋଟିପତି ଆରଟିଓ ବସନ୍ତ କୁମାର ବେହେରା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ଗିରଫ ପରେ ତାଙ୍କୁ କୋର୍ଟରେ ହଜାର କରାଯାଇଥିଲା। ତାଙ୍କୁ ଚୌଦ୍ୱାର ଜେଲକୁ ପଠାଯାଇଛି। ଆଜି ତାଙ୍କର ଜାମିନ ଶୁଣାଣି ହୋଇପାରେ। ଗୁରୁବାର ଭିଜିଲାନ୍ସ ଚଢ଼ାଉ ବେଳେ ବସନ୍ତଙ୍କ ୩ କୋଟି ୮୫ ଲକ୍ଷ ୭୫ହଜାର ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ଜବତ ହୋଇଥିଲା। ଏଥି ମଧ୍ୟରେ ଥିଲା କଟକ ଓ ଭୁବନେଶ୍ୱରରେ ୭ଟି ମୂଲ୍ୟବାନ ପ୍ଲଟ୍। ସେହିପରି ଭୁବନେଶ୍ୱର ଡୁମୁଡୁମାରେ ୬୦ ଲକ୍ଷର 4BHK ଫ୍ଲାଟ୍ ଠାବ ହୋଇଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ। କଟକରେ ୨ଟି ଓ ଭୁବନେଶ୍ୱରର ଗୋଟିଏ ସ୍ଥାନରେ ଚଢଉ କରାଯାଇଥିଲା। ବିଞ୍ଝାରପୁର ଶ୍ୱଶୁର ଘର, ଢେଙ୍କାନାଳ RTO ଅଫିସରେ ମଧ୍ୟ ଭିଜିଲାନ୍ସ ରେଡ୍ ହୋଇଥିଲା।

Leave A Reply

Your email address will not be published.