ଓଡିଶା ଇତିହାସରେ ପ୍ରଥମ, ଆଇପିଏଲ୍‌ ନିଲାମୀ ପ୍ରକ୍ରିୟାରେ ସାମିଲ ହେବ କଟକ

ମୁମ୍ବାଇ : ଆଇପିଏଲ୍‌ରେ ସାମିଲ ହେବ ଆଉ ଦୁଇଟି ଟିମ୍ । ଏହାର ଲୋକପ୍ରିୟତା ଏବଂ ବ୍ୟାବସାୟିକ ସୁଯୋଗକୁ ଦୃଷ୍ଟିରେ ରଖି ବିସିସିଆଇ ଏଭଳି ଯୋଜନା କରିଛି। ଏଥିପାଇଁ ନିଲାମ ହେବ ଦେଶର ୬ଟି ସହର । ଯେଉଁଥିରେ ରହିଛି ଗୁଆହାଟି, ରାଞ୍ଚି, କଟକ, ଅହମ୍ମଦାବାଦ, ଲକ୍ଷ୍ନୌ ଏବଂ ଧର୍ମଶାଳା । ନିଲାମ ପାଇଁ ତାରିଖ ଚୂଡ଼ାନ୍ତ ହୋଇ ନାହିଁ । କିନ୍ତୁ ଏହି ପ୍ରକ୍ରିୟା ଆଉ ଏକ ମାସ ଲାଗିବ ବୋଲି ଆଶା କରାଯାଉଛି । ନୂଆ ଦଳ ପାଇଁ ୨ ହଜାର କୋଟି ଟଙ୍କାର ବେସ୍ ପ୍ରାଇସ୍ ସ୍ଥିର କରାଯାଇଛି ।

ଆଇପିଏଲର ଟିଭି ପ୍ରସାରକ ସୋନୀ ତରଫରୁ କରାଯାଇଥିବା ସର୍ଭେରୁ ଜଣାପଡିଛି ଯେ ବିଶେଷ କରି ହିନ୍ଦୀ ଭାଷାଭାଷୀ ଅଂଚଳରେ ଖେଳର ଅଧିକ କ୍ରେଜ଼ ରହିଛି । ଏସବୁ ଅଂଚଳର ୫୦ ପ୍ରତିଶତ ଲୋକ ସୋନୀର ହିନ୍ଦୀ ଚ୍ୟାନେଲ ଦେଖୁଛନ୍ତି ।

ତେଣୁ ଏସବୁକୁ ଦୃଷ୍ଟିରେ ରଖି ଉଭୟ ଖେଳର ପ୍ରସାର ଏବଂ ବ୍ୟବସାୟ ପାଇଁ ଟାର୍ଗେଟ କରିଛନ୍ତି ଆଇପିଏଲ କର୍ତ୍ତୃପକ୍ଷ । ସେଥିଲାଗି ଆଇପିଏଲରେ ଆଞ୍ଚଳିକ ବୈଷମ୍ୟତା ଦୂର କରିବାକୁ ଚେଷ୍ଟା କରାଯାଉଛି । ତେବେ ନିଲାମ ହେବାକୁ ଥିବା ସହର ତାଲିକାରେ କଟକ ସାମିଲ ହେବ ନେଇ ଓଡ଼ିଶାରେ ଉତ୍ସାହ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.