କଟକ କୁତ୍ତାଖାଇ ଗଳିରେ ମହିଳାଙ୍କୁ ଗଳା କାଟି ହତ୍ୟା ଘଟଣା: ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

କଟକ (କେନ୍ୟୁଜ): କଟକ କୁତ୍ତାଖାଇ ଗଳିରେ ବିଭତ୍ସ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଅଭିଯୁକ୍ତ ବି.ପ୍ରକାଶ ରାଓକୁ ଗିରଫ କରିଛି ଲାଲବାଗ ଥାନା ପୋଲିସ । ଲାପଟପ ଆଣିବାକୁ ଦୁଇ ଜଣଙ୍କୁ ନିୟୋଜିତ କରିଥିଲେ ବି.ପ୍ରକାଶ ରାଓ । ଆଜି ଗିରଫ ତିନି ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଗତକାଲି ଅନ୍ୟ ଦୁଇ ଅଭିଯୁକ୍ତ ଓ୍ଵାଇ. ସୁଦୀପ ଏବଂ ଓ୍ଵାଇ. ସୁନୀଲକୁ ପୋଲିସ ଗିରଫ କରିଥିଲା ।

ଜୁଲାଇ ୧୫ ତାରିଖରେ ଦିନଦ୍ୱିପହରେ ବି. ଗୁଣବତୀ ନାମକ ମହିଳାଙ୍କୁ ପନିକିରେ ଗଳା କାଟି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ଗୁଣବତୀଙ୍କ ପୁଅ ଓ ମୁଖ୍ୟ ଅଭିଯୁକ୍ତଙ୍କ ପରିବାରର ଜଣେ ଯୁବତୀଙ୍କ ଆପତ୍ତିଜନକ ଭିଡିଓ ଲାପ୍‌ଟପ୍‌ରେ ରହିଥିବା ତଦନ୍ତରୁ ଜଣାପଡିଛି। ଲାପ୍‌ଟପ୍‌କୁ ହାସଲ କରିବାକୁ ମହିଳାଙ୍କ ପଡ଼ୋଶୀ ୱାଇ ସୁଦୀପ ଓ ୱାଇ ସୁନୀଲଙ୍କୁ ଦାୟିତ୍ୱ ଦେଇଥିଲେ ମୁଖ୍ୟ ଅଭିଯୁକ୍ତ। ଉଭୟ ଅଭିଯୁକ୍ତ ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇ ଫେରସ୍ତ କରି ପାରୁନ ଥିଲେ । ତେଣୁ ଲାପଟପ ଆଣିଦେଲେ ଟଙ୍କା ଫେରାଇବାକୁ ପଡିବ ନାହିଁ ବୋଲି ମୁଖ୍ୟ ଅଭିଯୁକ୍ତ କହିଥିଲେ । ସେପଟେ ଲାପଟପ୍‌କୁ ମହାନଦୀରୁ ବାହାର କରିବାକୁ ଅଗ୍ନିଶମ ଯବାନ ଓ ସ୍କୁବା ଡାଇଭରଙ୍କ ସହାୟତା ନେଇ ସନ୍ଧାନ କାର୍ଯ୍ୟଆରମ୍ଭ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.