ଜୟପୁର : ମୃତ ଛାତ୍ରର ଦାହ ସଂସ୍କାର କଲେ ସିଡବଲ୍ୟୁସି ମହିଳା ଟିମ୍
ଜୟପୁର (କେନ୍ୟୁଜ୍) : କୋରାପୁଟ ଜିଲ୍ଲା ଜୟପୁର ପାରାବେଡା ସ୍ଥିତ ଚିଲଡ୍ରେନ୍ସ ହୋମରେ ଅଭାବନୀୟ ଘଟଣା ଘଟିଛି l ସାତ ବର୍ଷ ଧରି ଏହି ଶିଶୁସଦନରେ ରହୁଥିବା ଦଶମ ଶ୍ରେଣୀର ଜଣେ ଛାତ୍ର ଗାଧୁଆଘରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ l ବର୍ତ୍ତମାନ ସୁଦ୍ଧା କାରଣ ଜଣାପଡ଼ିନାହିଁ । ଛାତ୍ର ଜଣକ ନିକଟସ୍ଥ ଏକ ସ୍କୁଲରେ ପାଠ ପଢୁଥିଲେ । ଟାଉନ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି l
ସେପଟେ ସିଡବଲ୍ୟୁସି ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଘଟଣା ସମ୍ପର୍କରେ ପୋଲିସ ଓ ଶିଶୁ ସଦନର କର୍ମକର୍ତ୍ତା ଙ୍କ ସହ ଆଲୋଚନା କରିଛନ୍ତି । ମୃତ ଛାତ୍ରଟିର ଦାହ ସଂସ୍କାର ସିଡବଲ୍ୟୁସିର ଏକ ପାଞ୍ଚ ଜଣିଆ ଟିମ୍ କରିଛନ୍ତି । ଏହି ଟିମ୍ର ସମସ୍ତ ସଦସ୍ୟ ମହିଳା ଥିଲେ ।