୨୦୨୪ରେ ରାଜଧାନୀରେ ବଢିଛି ସାଇବର ଅପରାଧ, ଗୋଟିଏ ବର୍ଷରେ ୮୨ କୋଟି ଠକେଇ
![cyber-crime](https://knewsodisha.com/wp-content/uploads/2024/04/cyber-crime.jpg)
ଭୁବନେଶ୍ୱର : ୨୦୨୪ରେ ରାଜଧାନୀରେ ବଢିଛି ସାଇବର ଅପରାଧ । ଗୋଟିଏ ବର୍ଷରେ ୮୨କୋଟି ୫୩ ଲକ୍ଷ ୫୬ ହଜାର ଠକେଇ । ଭୁବନେଶ୍ୱର ସାଇବର ଥାନାରେ ୭୨୬୩ଟି ଅଭିଯୋଗ ହୋଇଛି । ଯେଉଁଥିରେ ୨୩କୋଟି ୬୦ଲକ୍ଷ ୧୪ ହଜାର ଟଙ୍କା ଫ୍ରିଜ କରିଛି ପୋଲିସ । ୨କୋଟି ୫୦ ଲକ୍ଷ ଟଙ୍କା ସାଇବର ଠକଙ୍କ ଠାରୁ ଫେରସ୍ତ କରିଛି ପୋଲିସ । ଚଳିତ ବର୍ଷ ୨୮ ଜଣ ଅପରାଧୀଙ୍କୁ ଗିରଫ କରିଛି ପୋଲିସ ।