ପେଟ୍ରୋଲ ପମ୍ପରେ ସାଇବର ଠକ ଏଜେଣ୍ଟ, କ୍ୟାସ କନଭର୍ଟ ବେଳେ ଧରାପଡ଼ିଲା

ଭୁବନେଶ୍ୱର : ପେଟ୍ରୋଲ ପମ୍ପରେ ସାଇବର ଠକ ଏଜେଣ୍ଟ । ପଚାଶ ହଜାର ଟଙ୍କା ଉଠାଇବାକୁ ଚେଷ୍ଟା ବେଳେ ଧରିଲା ପୋଲିସ। ଭୁବନେଶ୍ବର ନୟାପଲ୍ଲୀ ଥାନା ଅଞ୍ଚଳରେ ପେଟ୍ରୋଲ ପମ୍ପରେ କ୍ୟାସ କନଭର୍ଟ ବେଳେ ଧରାପଡ଼ିଲା । ଅନଲାଇନରୁ ଟଙ୍କା କ୍ୟାସ କନଭର୍ଟ ପାଇଁ କରୁଥିଲା ଉଦ୍ୟମ । ଅଭିଯୁକ୍ତ ସହ କାର ଜବତ କରିଛି ପୋଲିସ। ଅଭିଯୁକ୍ତର ନାଁ ସନ୍ତୋଷ ନାୟକ, ତା ଘର ଖଜୁରାପଲ୍ଲୀ ଶରଣକୁଳରେ । ଏହା ପଛରେ ଏକ ଆନ୍ତଃରାଜ୍ୟ ସାଇବର ଠକ ରାକେଟ ଥିବା ପୋଲିସ ସନ୍ଦେହ କରୁଛି।

ବେନାମି ଟ୍ରାନଜାକ୍ସନ ଚାଲିଛି ରାଜ୍ୟରେ ବଡ ଧରପଗଡ । ଏଣିକି ବେଆଇନ ଟଙ୍କା କାରବାର କଲେ ପଡିବ ପୋଲିସ ନଜର ।  ମ୍ୟୁଲ ଆକାଉଣ୍ଟ ବା ବେନାମି ଆକାଉଣ୍ଟ ଧରିଙ୍କ ଉପରେ ଯାଂଚ ନେଇ ଚାଲିଛି ତନାଘନା । ଏଭଳି ଆକାଉଣ୍ଟରେ କାରବାର ନେଇ ଅନେକ ଲୋକଙ୍କୁ ମଧ୍ୟ ଗିରଫ କରୁଛି ପୋଲିସ ।  ବ୍ୟାଙ୍କରୁ ଯାଇ ତର୍ଜମା କରାଯାଉଛି ।

ଏପରିକି ଆକାଉଣ୍ଟ କିଏ ବ୍ୟବହାର କରୁଛି ସିମ୍ କାର୍ଡ କାହା ପାଖରେ ଅଛି ଏଟିଏମ୍ ଓ ପାସବୁକ ସବୁକିଛି ଚାଲିଛି ତନାଘନା ।  ଏଯାବତ ରାଜ୍ୟବାପୀ ଗିରଫ ହେଲେଣି ୩୩୬ଜଣ ଅଭିଯୁକ୍ତ ।  ସାମ୍ନାକୁ ଆସିଛି ୧୧୧୧ଟି ମ୍ୟୁଲ ଆକାଉଣ୍ଟ ମାମଲା ।  ବେନାମି ଏଟିଏମ୍ ଯୋଗେ ଟଙ୍କା ଉଠାଇବା ୩୪ଟି ଘଟଣା ।

ବେଆଇନ ଭାବେ ଚେକ୍ ଜରିଆରେ ଟଙ୍କା ଉଠାଣ ୩୬ ମାମଲା ।  ନକଲି ସିମ୍ କାର୍ଡ ର ବ୍ୟବହାର ଟ୍ରାନଜାକ୍ସନ ୨୩ଟି ମାମଲା । ଏଯାବତ ୬୮୯୩ଜଣଙ୍କୁ ନୋଟିସ ଜାରି ହୋଇଛି  ।  ସର୍ବାଧିକ ବଲାଙ୍ଗୀର ଜିଲ୍ଲାରେ ୨୪୯ଟି ଆକାଉଣ୍ଟ ଯାଂଚ ହୋଇଛି ।  ଭୁବନେଶ୍ୱର ରେ ୧୭୭ଟି ଆକାଉଣ୍ଟ ଯାଂଚ ସହ ଅନେକଙ୍କୁ ନୋଟିସ ଜାରି ହୋଇଛି ।