ସାଇବର ଠକେଇର ଖୁଲାସା, ୨୦ଲକ୍ଷ ଟଙ୍କା ସହ ୪ ଗିରଫ

ସମ୍ବଲପୁର : ସମ୍ବଲପୁର ପୋଲିସ ଦ୍ୱାରା ଏକ ବଡ଼ ଧରଣର ସାଇବର ଠକେଇର ଖୁଲାସା ହୋଇଛି । ଏହି ଠକେଇ ଘଟଣାରେ ୪ ଗିରଫ । ଦୁଇ ଜଣ ସମ୍ବଲପୁରର ହୋଇଥିବା ବେଳେ ଜଣେ ଦେବଗଡ଼ ଓ ଅନ୍ୟ ଜଣେ ଖୋର୍ଦ୍ଧା ଅଞ୍ଚଳର ବୋଲି ଜଣାପଡିଛି ।ଏମାନଙ୍କ ନିକଟରୁ ପ୍ରାୟ ୨୦ଲକ୍ଷ ଟଙ୍କା ଜବତ କରାଯାଇଛି । ଅଭିଯୁକ୍ତ ମାନଙ୍କ ନିକଟରୁ ୨୧ଟି ବିଭିନ୍ନ ବ୍ୟାଙ୍କର ଏଟିଏମ କାର୍ଡ, ୫ଟି ମୋବାଇଲ ଫୋନ, ୪ଟି ଚେକ ବହି, ୩ଟି ପାସବୁକ ଜବତ କରିଛି । ଏହି ସାଇବର ଠକେଇର ମାଷ୍ଟର ମାଇଣ୍ଡ ସାଉଦି ଆରବର ବୋଲି ଏସପି କହିଛନ୍ତି ।

ଅଇଁଠାପାଲି ଥାନା ଅଞ୍ଚଳର ରମେଶ ଚନ୍ଦ୍ର ବିଶ୍ୱାଳ ନାମକ ଜଣେ ବ୍ୟକ୍ତିଙ୍କୁ ଷ୍ଟୋକ ମାର୍କେଟରେ ଟଙ୍କା ଲଗାଇବା ପାଇଁ ଅଭିଯୁକ୍ତମାନେ ଲୋଭ ଦେଖାଇଥିଲେ । ତାଙ୍କ ଠାରୁ ଅଭିଯୁକ୍ତ ମାନେ ବିଭିନ୍ନ ଉପାୟରେ ୮୮ ଲକ୍ଷ ଟଙ୍କା ଠକି ନେଇଥିଲେ । ଏହି ଠକ ମାନେ ଚତୁରତାର ସହ ଜିଏସଟି ଥିବା ବିଭିନ୍ନ ଆକାଉଣ୍ଟ ଧାରୀ ମାନଙ୍କୁ  ମୋଟା ଅଙ୍କରେ କମିଶନ ଦେବେ କହି ତାଙ୍କ ଆକାଉଣ୍ଟରେ ଟଙ୍କା ପଠାଉଥିଲେ । ତା ବଦଳରେ ଜିଏସଟି ଆକାଉଣ୍ଟ ଧାରିଙ୍କୁ ମିଳୁଥିଲା ମୋଟା ଅଙ୍କରେ କମିଶନ ବୋଲି ସମ୍ବଲପୁର ଏସପି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି  ।

 

Also read : ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ୨୦୨୫ ଓ ଏକତା” ଉତ୍ସବ, ୭ ଅଗଷ୍ଟରେ ଶୁଭ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ