କନ୍ଧମାଳ : ଅନେକ ସମୟରେ ସାଇବର ଠକମାନେ ଫେକ୍ କଲ୍ କରି ଜନସାଧାରଣଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଟଙ୍କା ହଡପ କରିଥାନ୍ତି ା ତଥାପି ମଧ୍ୟ ସାଇବର ଠକମାନେ ବହୁ ଚତୁରତା ଅବଲମ୍ୱନ କରି ଫୋନ୍ ମାଧ୍ୟମରେ ଅର୍ଥ ଠକି ନେଉଛନ୍ତି ା କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ଥିବା ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟ ପରିସର ମଧ୍ୟରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସର୍ବମୋଟ 1520 ଜଣ ଛାତ୍ର ଛାତ୍ରୀ ଯୁକ୍ତ ଦୁଇରେ ଶିକ୍ଷା ଅଧ୍ୟୟନ କରନ୍ତି ା ଗତକାଲି ସନ୍ଧ୍ୟାରେ ତିନି ଜଣ ଛାତ୍ର ଛାତ୍ରୀଙ୍କ ଅଭିଭାବକଙ୍କ ଫୋନ ୍ ନମ୍ୱର ପାଇ ସାଇବର ଠକ ଫୋନକ କରିଥିଲେ ା
ପିଲାଙ୍କ ଆସନ୍ତା ଦିନରେ ହେବାକୁ ଥିବା ପରୀକ୍ଷାରେ ଅଧିକା ନମ୍ୱର ଦିଆଯିବ ବୋଲି କହି ସାଇବର ଠକ ନିଜକୁ ଅନୁଷ୍ଠାନର ଅଧ୍ୟକ୍ଷ ଜ୍ୟୋତି ପ୍ରକାଶ ରଥ ପରିଚୟ ଦେଇ ପାଚଁ ହଜାର ଟଙ୍କା ଗୁଗୁଲ୍ ପେ,ଫୋନ୍ ପେ, ୟୁପିଆଇ କିମ୍ୱା ଜନସେବା କେନ୍ଦ୍ର ମାଧ୍ୟମରେ ଦେବା ପାଇଁ କହିଥିଲେ ା ତୁରନ୍ତ ଟଙ୍କା ଦେବା ପାଇଁ କହିବାରୁ ଅଭିଭାବକଙ୍କ ମନରେ ସନ୍ଦେହ ସୃଷ୍ଟି ହେଲା | ପରେ ନିଜର ପିଲାଙ୍କୁ ପଚାରିବା ପରେ ପିଲାମାନେ ଫୋନ୍ ନମ୍ୱର ଆସିଥିବା ନମ୍ୱର ଅଧ୍ୟକ୍ଷକଙ୍କ ନମ୍ୱର ସହ ଜାଚଁ୍ କରିବାରୁ ତାହା ସମ୍ୁର୍ଣ୍ଣ ଅଲଗା ଥିଲା |
ପରେ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଅଧ୍ୟକ୍ଷକଙ୍କୁ ପରେ ଫୋନ୍ କରି ଜଣାଇଥିଲେ ା ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଏହି ନମ୍ୱର ମୋର ନୁହଁ କହିବା ସହ ସକାଳେ କଲେଜ୍ ସମୟରେ ଅଭିଭାବକଙ୍କୁ ଆସିବାକୁ କହିଥିଲେ ା ଏହି ଫୋନ୍ କଲଟି ସାଇବର ଠକଙ୍କ ହୋଇଥିବା ଜାଣି ଫୁଲାଣୀରେ ଥିବା ସାଇବର୍ ଥାନାକୁ ଉଭୟ ଅଭିଭାବକ ଓ ଅଧ୍ୟକ୍ଷ ଯାଇ ଲିଖିତ ଭାବେ ଏତଲା ଦେଇଥିଲେ ା
ଫୁଲବାଣୀରେ ଦିର୍ଘ ଚାକିରୀ କାଳର ବାର ବର୍ଷ ମଧ୍ୟରେ ଏହିପରି ସାଇବର ଠକଙ୍କ ପଅଥମ ଫେକ କଲ୍ ଆସିଥଥିବା କହିଛନ୍ତି ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷକ ଡ.ଜେ୍ୟାତି ପ୍ରକାଶ ରଥ ା କେବଳ ଫୁଲବାଣୀ ନୁହଁ ରାଇକିଆ କଲେଜରେ ମଧ୍ୟ ସାଇବର ଠକମାନେ ଟଙ୍କା ମାଗିଥିବା ଅଭିଯୋଗ ହୋଇଛି ା ଗୋଟିଏ ନମ୍ୱରରୁ ସମସ୍ତଙ୍କୁ ଫୋନ୍ ଆସିଥିବା କହିବା ସହ ସାଇବାର ଠକଙ୍କ ବିରୋଧରେ ତୁରନ୍ତ ଦୃଢ କାର୍ଯ୍ୟୁଷ୍ଠାନ ହେବା ଆବଶ୍ୟକ ବୋଲି କହିଛନ୍ତି ଶ୍ରୀ ରଥ ା