ଚାକିରି ଲୋଭ ଦେଖାଇ ଟଙ୍କା ଠକିନେଲେ ସାଇବର ଠକ, ହଜାରରୁ ୧୫୦୦ ଟଙ୍କା ଦେଇ ରେଜିଷ୍ଟ୍ରେସନ କରିବାକୁ ପଠାଉଥିଲେ ମେସେଜ

ରାଉରକେଲା (କେନ୍ୟୁଜ): ହଜାରରୁ ପନ୍ଦର ଶହ ଦେଇ ରେଜିଷ୍ଟ୍ରେସନ କର ଘରେ ବସି ମାସକୁ ୯ ହଜାର ରୋଜଗାର କର। ଏଭଳି ମେସେଜ କରି ପ୍ରଥମେ ଜାଲ ବିଛାଇଲେ ସାଇବର ଠକ। ଜାଲରେ ପଡିଲେ ୪୦ ରୁ ଉର୍ଦ୍ଧ ଯୁବକ ଯୁବତୀ। ବିଏସଏନଏଲ କଲ ସେଣ୍ଟର ରେ କାମ ଦେବା କହି ରାଉରକେଲା ର ପ୍ରାୟ ୪୦ ରୁ ଉର୍ଦ୍ଧ ଶିକ୍ଷିତ ପିଲାଙ୍କ ପାଖରୁ ଟଙ୍କା ଲୁଟିନେଲେ ଭୁବନେଶ୍ୱର ର ସାଇବର ଠକ। ବ୍ୟାଙ୍କ ଆକାଉଣ୍ଟ ରେ ଟଙ୍କା ଫୋନ ପେ ଓ ଗୁଗଲ ପେ ମାଧ୍ୟମରେ ନେଲେ ଟଙ୍କା।

ଗୁଗଲ ମିଟ ରେ ଇଣ୍ଟରଭିଉ ଓ ଅନଲାଇନ୍ ରେ କଷ୍ଟମର ଏକଜିକ୍ୟୁଟିଭ, ଡାଟା ଅପରେଟର , ଓ ଅନ୍ୟାନ୍ୟ ପଦବୀ ରେ ନିଯୁକ୍ତି ଦେବା ପରେ ମୋବାଇଲ ନମ୍ବର ସୁଇଚ ଅଫ୍, ମେଲ ଆଇଡି ବ୍ଲକ କରିଦେଇଛନ୍ତି ଠକ । ଜଣେ ବ୍ୟକ୍ତି ହିଁ ନିଜର ନାମ ବଦଳାଇ ବିଭିନ୍ନ ମୋବାଇଲ ଫୋନ ରେ ନିଯୁକ୍ତି ଦେବା ଠାରୁ ଆରମ୍ଭ କରି ଇଣ୍ଟରଭିୟୁ କରିଥିବା ଅଭିଯୋଗ ଆଣିଛନ୍ତି ଠକେଇ ହୋଇଥିବା ଶିକ୍ଷିତ ବେକାର ଯୁବକ ଯୁବତୀ । ସ୍ଥାନୀୟ ଜନୈକା ସମାଜସେବୀ ଙ୍କୁ ଜଣାଇବା ପରେ ଟଙ୍କା ଫେରି ପାଇବା ସହ ଉପଯୁକ୍ତ ନ୍ୟାୟ ପାଇଁ ସାଇବର ଥାନା ର ଦ୍ୱାରସ୍ଥ ହେଲେ ଯୁବକ ଯୁବତୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.