ମହଙ୍ଗା ପଡ଼ିଲା ଅନଲାଇନରୁ ଟଙ୍କା ରୋଜଗାର ନିଶା: ଆକାଉଣ୍ଟରୁ ଠକିନେଲେ ୨୨ ଲକ୍ଷ ଟଙ୍କା

ରାଜଗାଙ୍ଗପୁର ଅଞ୍ଚଳର ସୁନିଲ ସାହୁ ୨୨ଲକ୍ଷ ଟଙ୍କା ହରାଇବା ପରେ ରାଜଗାଙ୍ଗପୁର ଥାନା, ସୁନ୍ଦରଗଡ଼ ଜିଲ୍ଲାପାଳ, ଏସପିଙ୍କ ପରେ ଏବେ ରାଉରକେଲା ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅନଲାଇନରେ ୟୁଟ୍ୟୁବ ଭିଡିଓକୁ ସେୟାର କରି ଟଙ୍କା ରୋଜଗାର ପାଇଁ ସୁନିଲଙ୍କ ଫୋନକୁ ଦିଲ୍ଲୀ ଏବଂ ସିଙ୍ଗାପୁରର ବିଟ କଏନ ନାମକ ଏକ ସଂସ୍ଥାର ଫ୍ରଡ଼ ସାଇଟରୁ

ସୁନ୍ଦରଗଡ଼(କେନ୍ୟୁଜ୍): ମହଙ୍ଗା ପଡ଼ିଲା ଅନଲାଇନରୁ ଟଙ୍କା ରୋଜଗାର ନିଶା । ଆକାଉଣ୍ଟରୁ ଠକିନେଲେ ୨୨ ଲକ୍ଷ ଟଙ୍କା । ଘରୋଇ ଫାଇନାନ୍ସ କମ୍ପାନୀର କର୍ମଚାରୀ ଠକାମୀର ଶିକାର ହୋଇଛନ୍ତି। ରାଜଗାଙ୍ଗପୁର ଅଞ୍ଚଳର ସୁନିଲ ସାହୁ ୨୨ଲକ୍ଷ ଟଙ୍କା ହରାଇବା ପରେ ରାଜଗାଙ୍ଗପୁର ଥାନା, ସୁନ୍ଦରଗଡ଼ ଜିଲ୍ଲାପାଳ, ଏସପିଙ୍କ ପରେ ଏବେ ରାଉରକେଲା ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅନଲାଇନରେ ୟୁଟ୍ୟୁବ ଭିଡିଓକୁ ସେୟାର କରି ଟଙ୍କା ରୋଜଗାର ପାଇଁ ସୁନିଲଙ୍କ ଫୋନକୁ ଦିଲ୍ଲୀ ଏବଂ ସିଙ୍ଗାପୁରର ବିଟ କଏନ ନାମକ ଏକ ସଂସ୍ଥାର ଫ୍ରଡ଼ ସାଇଟରୁ ମେସେଜ ଆସିଥିଲା ।

ଲୋଭରେ ସାଇବର ଠକ ବିଛେଇ ଥିବା ଜାଲରେ ଫସିଯାଇଥିଲେ ସୁନିଲ । ପ୍ରଥମେ ହଜାରେ ଟଙ୍କା ଇନଭେଷ୍ଟମେଣ୍ଟରୁ ଆରମ୍ଭ ହୋଇଥିଲା ସାଇବର ଠକଙ୍କ ଚାଲ । ଏହାପରେ ଲକ୍ଷେ ପରେ ଲକ୍ଷେ କରି ପ୍ରାୟ ୨୨ ଲକ୍ଷ ଟଙ୍କା ଠକି ଚାଲିଥିଲେ ସାଇବର ଠକ । ଏବେ ନିଜ ଟଙ୍କା ଫେରି ପାଇବା ପାଇଁ ରାଉରକେଲା ଏସପିଙ୍କ ଦ୍ୱାରସ୍ଥ ହେବାପରେ ରାଜଗାଙ୍ଗପୁର ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିଛନ୍ତି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.