ପ୍ରି ଆକ୍ଟିଭେଟେଡ ସିମ୍‌ ରାକେଟ୍‌ର ପର୍ଦ୍ଦାଫାସ୍‌, ପୁରୀରୁ ୮ ଜଣଙ୍କୁ ବାନ୍ଧିଲା ସାଇବର ପୋଲିସ

ଗତ ବର୍ଷ ଜୁଲାଇ ମାସର ଏକ କେସ୍‌ର ତଦନ୍ତ କରି ସାଇବର ଟିମ ଏହି ଗ୍ୟାଙ୍ଗକୁ ଧରିଛି । ସାଧାରଣ ଲୋକଙ୍କୁ ଗୋଟିଏ ସିମ୍‌ ଦେବା ପରେ ସେହି ଲୋକଙ୍କ ନାଁରେ ପୁଣି ଆଉ ଏକ ସିମ୍‌ ରେଜିଷ୍ଟ୍ରେସନ କରି ବିକ୍ରି କରୁଥିଲେ ଠକ ।

କେନ୍ୟୁଜ୍(ବ୍ୟୁରୋ): ପ୍ରି ଆକ୍ଟିଭେଟେଡ ସିମ୍‌ ରାକେଟ୍‌ର ପର୍ଦ୍ଦାଫାସ୍‌ । ପୁରୀରୁ ୮ ଜଣିଆ ଗ୍ୟାଙ୍ଗକୁ ଗିରଫ କରିଛି କଟକ ସାଇବର ଥାନା ପୋଲିସ । ସେମାନଙ୍କ ନିକଟରୁ ୮ ଶହଟି ସିମ୍‌ ଜବତ ହୋଇଛି । ସେଥିମଧ୍ୟରୁ ୩୧୧ଟି ପ୍ରି ଆକ୍ଟିଭ୍‌ ସିମ୍‌ । ଏହାସହ ଅଭିଯୁକ୍ତଙ୍କ ଠାରୁ ୧୬ଟି ମୋବାଇଲ ସହ ୨ ହଜାର ୬୦୦ ନଗଦ ଟଙ୍କା ଜବତ କରିଛି ପୋଲିସ ।

ଗତ ବର୍ଷ ଜୁଲାଇ ମାସର ଏକ କେସ୍‌ର ତଦନ୍ତ କରି ସାଇବର ଟିମ ଏହି ଗ୍ୟାଙ୍ଗକୁ ଧରିଛି । ସାଧାରଣ ଲୋକଙ୍କୁ ଗୋଟିଏ ସିମ୍‌ ଦେବା ପରେ ସେହି ଲୋକଙ୍କ ନାଁରେ ପୁଣି ଆଉ ଏକ ସିମ୍‌ ରେଜିଷ୍ଟ୍ରେସନ କରି ବିକ୍ରି କରୁଥିଲେ ଠକ । ବିଭିନ୍ନ ଗାଁକୁ ଯାଇ ଲୋକଙ୍କୁ ଗିଫ୍ଟ ଲୋଭ ଦେଖାଇ ତାଙ୍କ ନାଁରେ ମଧ୍ୟ ସିମ୍‌ ଆକ୍ଟିଭ୍‌ କରୁଥିଲେ। ସେହି ସିମ୍‌ ଗୁଡିକ ବିଭିନ୍ନ ସାଇବର ଅପରାଧରେ ବ୍ୟବହାର କରାଯାଉଥିଲା । ସିମ୍‌ ଗୁଡିକୁ ରାଜ୍ୟ ବାହାରକୁ ପଠାଉଥିଲେ ଏହି ଗ୍ୟାଙ୍ଗ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.