ଲକ୍ ଡାଉନରେ ଅଖୋଜା ଅଲୋଡା ସାଇକେଲ ପୁଣି ହୋଇଛି ଅତିପ୍ରିୟ, ମନେ ପକାଇ ଦେଉଛି ସେଇ ସତୁରୀ ଅଶୀ ଦଶକ କଥା

କଟକ: ବଜାରରୁ ହଜିବାକୁ ବସିଥିବା ସାଇକେଲ ପୁଣି ହୋଇଛି ଅତିପ୍ରିୟ। ବର୍ଷ ବର୍ଷ ଧରି ଅଖୋଜା ଅଲୋଡା ହୋଇଥିବା ସାଇକେଲକୁ ଝଡାଝଡି କରି ରାସ୍ତା ଉପରକୁ ଆଣିଲେଣି ସମସ୍ତେ। ଗତ ୪ ଦିନରେ କଟକ ଭୁବନେଶ୍ୱରରେ ୮ ହଜାରରୁ ଉର୍ଦ୍ଧ୍ୱ ମୋଟରସାଇକେଲ ଜବତ କରିଛି କମିଶନରେଟ ପୋଲିସ। ଏପରି ସ୍ଥିିତିରେ ଲୋକମାନଙ୍କର ଏକମାତ୍ର ସାହାରା ପାଲଟିଛି ସାଇକେଲ। ବଜାରର ଡାଲି ଚାଉଳ ପରିବା ପାଇଁ ହେଉ କିମ୍ବା ଚାଉଳ, ଏ ସମସ୍ତ କାର୍ଯ୍ୟ ପାଇଁ ମାଧ୍ୟମ ପାଲଟିଛି ସାଇକେଲ।

cycleଇଂରେଜ ଶାସନ ସମୟରେ ୧୮୯୦ ମସିହା ବେଳକୁ ଭାରତକୁ ଆସିଥିଲା ଏହି ଶୁନୁ ଗାଡି ବା ସାଇକେଲ। ଶୁନୁ ଗାଡିର ଉଦ୍ଭାବନ କଥା ଖୋଜିଲେ ଜଣାଯାଏ ୧୮୧୭ ମସିହାରେ ଜର୍ମାନର କାର୍ଲଭନ ଡ୍ରାଇସ୍‌ ହିଁ କାଠରେ ତିଆରି କରିଥିବା ଏହି ସାଇକେଲର ସୃଷ୍ଟିକର୍ତ୍ତା। ୧୮୨୦ ମସିହାରୁ ୧୮୫୦ ମସିହା ପର୍ଯ୍ୟନ୍ତ ଏହା ତିନି ଚକିଆ ବା ଚାରି ଚକିଆ ଭାବେ ଜର୍ମାନରେ ଚାଲିଥିଲା। ୧୮୬୦ ମସିହା ବେଳକୁ ଫ୍ରାନ୍ସରେ ଦୁଇ ଚକିଆ ସାଇକେଲର ସୃଷ୍ଟି ହେବା ସହ ଧିରେ ଧିରେ ଅନ୍ୟ ଦେଶକୁ ପ୍ରସାରିତ ହେବାରେ ଲାଗିଲା। ଏବେ ସାରା ଦେଶରେ ଚାଲିଥିବା ଲକ୍‌ ଡାଉନର ପ୍ରଭାବ ପଡିଛି ବାଇ- ସାଇକେଲ ଉପରେ। ଭିନ୍ନ ଭିନ୍ନ ମଡେଲରେ ବାଇକ୍‌ ସାଇକେଲର ଯାଗା କାହିଁ କେବେଠୁ ନେଇ ସାରିଥିଲା। ସାଇକେଲ କେବଳ ଗରିବ ଲୋକ ଅବା ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ଭିତରେ ସୀମିତ ଥିଲା। କିନ୍ତୁ ଲକ ଡାଉନ ପରେ ପୁଣି ସମସ୍ତେ ଖୋଜିଛନ୍ତି ସାଇକେଲକୁ।

cycle2ସମୟ ଥିଲା ଝିଅର ବିବାହ ହେଉଥିଲେ ଘଣ୍ଟା, ସାଇକେଲ, ରେଡିଓ ଜ୍ୱାଇଁକୁ ଯୌତୁକ ଭାବେ ଦିଆଯାଉଥିଲା। ବିବାହ ବେଳେ ଘଣ୍ଟା ରେଡିଓ ସହ ସାଇକେଲଟା ସାଧାରଣ ଥିବାବେଳେ ତା ପରେ ଅନ୍ୟ ଯୌତୁକ କଥା ଚିନ୍ତା କରାଯାଉଥିଲା। ରାଜ୍ୟର ଏଭଳି ଅନେକ ବୟସ୍କ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜର ଯୌତୁକରେ ସାଇକେଲ ନିଶ୍ଚୟ ପାଇଥିବେ। ମୋଟର ସାଇକେଲ ଅନେକାଂଶରେ ସାଇକେଲର ସ୍ଥାନ ନେଇ ସାରିଥିବାବେଳେ ଏହି ଲକ୍‌ ଡାଉନ ପୁଣି ସାଇକେଲର ଜମାନାକୁ ଫେରାଇ ଦେଇଛି। ଆଉ ଏଭଳି ସମୟରେ ସତୁରୀ ଅଶୀ ଦଶକରେ ବିବାହ କରିଥିବା ବ୍ୟକ୍ତି ଟି ନିଜ ଶଶୁର ଘରୁ ପାଇଥିବା ସାଇକେଲ କଥା ମନେ ପକାଉଛି।

cycle3ମୋଟର ସାଇକେଲକୁ ପୋଲିସ ସିଜ୍‌ କରୁଥିବାବେଳେ ଖରାପ ହୋଇ ପଡିଥିବା ପୁରୁଣା ସାଇକେଲକୁ ମରାମତି କରିବାକୁ ଚାହୁଁଛନ୍ତି ଲୋକେ। ଏପଟେ ସାଇକେଲ ମରାମତି ଦୋକାନ ଖୋଲୁ ନାହିଁ। ଯେଉଁଠି କାଁ ଭାଁ ଦୋକାନ ଖୋଲୁଛି ସେ ମିସ୍ତ୍ରୀକୁ ଖାଇବାକୁ ସମୟ ନାହିଁ। ଅନ୍ୟ ପଟରେ ନୂଆ ସାଇକେଲ ପାଇଁ ଗ୍ରାହକଙ୍କ ଲମ୍ବା ଲାଇନ। ସାଇକେଲ ବିକ୍ରୀ କରୁଥିବା ବ୍ୟବସାୟୀ ପ୍ରତ୍ୟହ ଦୁଇ ଶହରୁ ତିନି ଶହ କଲ୍‌ ପାଉଛନ୍ତି ସାଇକେଲ ପାଇଁ। କିନ୍ତୁ ଦୋକାନ ବନ୍ଦ ରହୁଥିବାରୁ ଗ୍ରାହକଙ୍କୁ ସାଇକେଲ ଦେଇ ପାରୁ ନାହାନ୍ତି ବ୍ୟବସାୟୀ।

କଟକରୁ ଭିଡିଓ ଗ୍ରାଫର ନୃସିଂହଙ୍କ ସହ ବିଭୂତିଙ୍କ ରିପୋର୍ଟ,କେନ୍ୟୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.