ପୋଲ ତଳକୁ ଖସି ସାଇକେଲ ଆରୋହୀ ମୃତ

ବାଂଶପାଳ : କେନ୍ଦୁଝର ଜିଲ୍ଲା ନୟାକୋଟ ଥାନ ଗଜପୁର ପୋଲ ଉପରୁ ଖସି ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଗଜପୁର ଗ୍ରାମର ପୁଡା ନାୟକ। ଗତକାଲି ରାତିରେ ପୁଡା ନାୟକ ସିଙ୍ଗପୁରରୁ ନିଜ ଗାଁ ଗଜପୁରକୁ ଫେରୁଥିବା ବେଳେ ନିଜ ସାଇକେଲ ସହିତ ପୋଲ ତଳକୁ ଖସି ପଡିଥିଲେ। ଯାହାଫଳରେ ସେହିଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.