ଲକଡାଉନରେ ମର୍ଣ୍ଣିଂ ଓ୍ଵାକ୍‌ ଓ ସାଇକ୍ଲିଂ କରିବା ସମ୍ପୂର୍ଣ୍ଣ ମନା, ରାସ୍ତାକୁ ଆସି ଗହଳି ନକରିବା ହେଉଛି ଲକଡାଉନର ଉଦ୍ଦେଶ୍ୟ

କେନ୍ୟୁଜ୍(ବ୍ୟୁରୋ):  ଲକଡାଉନରେ ମର୍ଣ୍ଣିଂ ଓ୍ଵାକ୍‌ ଓ ସାଇକ୍ଲିଂ କରିବା ସମ୍ପୂର୍ଣ୍ଣ ମନା । ଆଜି ଏହି ଘୋଷଣା କରିଛନ୍ତି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ । ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି । ବିଶେଷ କରି ଟ୍ଵିନ୍‌ ସିଟିରେ ସଂକ୍ରମଣ ଅଧିକ ବ୍ୟାପୁଥିବାରୁ ଲକଡାଉନ୍‌ କଟକଣା ସମୟରେ ଲୋକେ ମର୍ଣ୍ଣିଂ ୱାକ୍‌, ଇଭିନିଂ ୱାକ୍‌ ଓ ସାଇକ୍ଲିଂ କରିବାକୁ ସମ୍ପୂର୍ଣ୍ଣ ମନା କରିଛନ୍ତି ସିପି ।

ରାସ୍ତା ଉପରକୁ ଆସି ଗହଳି ନକରିବା ହେଉଛି ଲକଡାଉନର ଉଦ୍ଦେଶ୍ୟ । ରାସ୍ତାକୁ ଆସି ସଂକ୍ରମଣ ନ ବଢ଼ାଇବାକୁ ଅନୁରୋଧ କରିଛନ୍ତି ସିପି । ବରିଷ୍ଠ ନାଗରିକଙ୍କ ପାଇଁ ହେଲ୍ପ ଲାଇନ୍‌ ନଂ ଜାରି ହୋଇଛି । ଟ୍ଵିନ୍‌ ସିଟିରେ ୨୪ ଘଣ୍ଟିଆ ଡାଏଲ୍‌ ୧୦୦ କଣ୍ଟ୍ରୋଲ ରୁମ୍‌ କାର୍ଯ୍ୟ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.