ସାମାନ୍ୟ ଦିଗ ବଦଳାଇପାରେ ବାତ୍ୟା, ପଶ୍ଚିମ ଓ ପଶ୍ଚିମ-ଦକ୍ଷିଣ ଆଡ଼କୁ ଗତି କରିବା ଅନୁମାନ

ଭୁବନେଶ୍ୱର : ସାମାନ୍ୟ ଦିଗ ବଦଳାଇପାରେ ବାତ୍ୟା । ସ୍ଥଳଭାଗ ଛୁଇଁବା ପରେ ସାମାନ୍ୟ ଦିଗ ବଦଳାଇପାରେ ବାତ୍ୟା । ପଶ୍ଚିମ ଓ ପଶ୍ଚିମଦକ୍ଷିଣ ଆଡ଼କୁ ସାମାନ୍ୟ ଗତି କରିବା ଅନୁମାନ କରାଯାଉଥିବା ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି । ଆଭ୍ୟନ୍ତରୀଣ ଓ ଦକ୍ଷିଣଓଡ଼ିଶା ମୁହାଁଇବ ‘ଦାନା’। ପ୍ରଭାବରେ ୨୬ ତାରିଖ ବେଳକୁ ଦକ୍ଷିଣଓଡ଼ିଶାରେ ବର୍ଷା ଆଶଙ୍କା ।
ଏବେ ବାତ୍ୟା ଭୀଷଣ ବାତ୍ୟାର ରୂପ ନେଇସାରିଛି । ଏବେ ଏହା ପାରାଦୀପଠାରୁ ଦକ୍ଷିଣ ପୂର୍ବ ଦିଗରେ ୨୬୦ କିଲୋମିଟର ଦୂରରେ ଥିବାବେଳେ, ଭଦ୍ରକ ଧାମରାଠାରୁ ୨୯୦ କିଲୋମିଟର ଦୂରରେ ଅଛି ଏବଂ ସାଗରଦ୍ୱୀପଠାରୁ ଏବେ ଏହା ୩୫୦ କିଲୋମିଟର ଦୂରରେ ଅଛି । ବାତ୍ୟା ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଆରମ୍ଭ ହୋଇଥିବାବେଳେ ଆଭ୍ୟନ୍ତରୀଣ ଓଡିଶାରେ ମଧ୍ୟ ବର୍ଷା ଆରମ୍ଭ ହୋଇଛି । ବାତ୍ୟା ଦାନାର ପ୍ରଭାବରେ ସମୁଦ୍ର ଅଶାନ୍ତ ହେବାରେ ଲାଗିଛି ।
#WATCH | Odisha: Strong winds and rainfall witnessed in Bhadrak's Dhamra as #CycloneDana is expected to make landfall over the Odisha-West Bengal coast, between October 24-25 pic.twitter.com/mCSVHBkZOT
— ANI (@ANI) October 24, 2024