ସ୍ଥଳଭାଗ ଅଭିମୁଖେ ‘ଦାନା’, ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଗତି କରୁଛି

ଭୁବନେଶ୍ୱର : ଭୀଷଣ ବାତ୍ୟାର ରୂପ ନେଇ ମାଡ଼ି ଆସୁଛି ଦାନା । ବାତ୍ୟାରୁ ଭୀଷଣ ବାତ୍ୟାର ରୂପ ନେଇଛି ଦାନା । କେନ୍ଦ୍ରୀୟ ଓ ପାର୍ଶ୍ବବର୍ତ୍ତୀ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଆଗକୁ ବଢ଼ୁଛି । ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି । ଏବେ ପାରାଦୀପ ଠାରୁ ଦକ୍ଷିଣପୂର୍ବ ଦିଗରେ ୩୩୦ କିଲୋମିଟର ଦୂରରେ ରହିଛି ଦାନା। ଧାମରା ଠାରୁ ୩୬୦ କିଲୋମିଟର ଏବଂ ସାଗର ଆଇଲ୍ୟାଣ୍ଡ ଠାରୁ ୪୨୦ କିଲୋମିଟର ଦୂରରେ ରହିଛି ।

ଆଜି ରାତି ଏବଂ କାଲି ସକାଳ ମଧ୍ୟରେ ପୁରୀ ଓ ସାଗର ଆଇଲ୍ୟାଣ୍ଡ ମଧ୍ୟରେ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବ ଦାନା। ଭିତର କନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ। ଲ୍ୟାଣ୍ଡଫଲ ବେଳେ ୧୦୦ ରୁ ୧୧୦ କିଲୋମିଟର ବେଗରେ ପବନ ବହିବ। ଝଟକା ପବନର ବେଗ ୧୨୦ କିଲୋମିଟର ହୋଇପାରେ।

ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୦ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି। ଏବେସୁଦ୍ଧା ବାତ୍ୟା ପ୍ରଭାବିତ ହେବାକୁ ଥିବା ୧୪ଟି ଜିଲ୍ଲାରେ ୫୧ଟି ଓଡ୍ରାଫ ଟିମ୍‌, ୧୭୮ଟି ଅଗ୍ନିଶମ ବାହିନୀ ଟିମ, ୨୦ଟି ଏନଡିଆରଏଫ ଟିମ୍ ମୁତୟନ କରାଯାଇଛି। ଆବଶ୍ୟକ ପଡ଼ିଲେ ଅତିରିକ୍ତ ଉଦ୍ଧାରକାରୀ ଟିମ୍‌ ମୁତୟନ କରାଯିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like