ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୨୬ ରୁ ୨୯ ଯାଏ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା । ପ୍ରଭାବରେ ୨୬ ରୁ ୨୯ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହେବ କି ନାହିଁ ସେନେଇ ପାଣିପାଗ ବିଭାଗ କିଛି ସ୍ପଷ୍ଟ କରିନାହିଁ । ରାଜ୍ୟକୁ ମୌସୁମୀ ଛୁଇଁବା ପରେ ଏହା ପ୍ରଥମ ଘୂର୍ଣ୍ଣିବଳୟ । ବର୍ତ୍ତମାନ ସାମୁଦ୍ରିକ ସଞ୍ଚରଣ ଆରମ୍ଭ ହୋଇଛି । ଏହାର ପ୍ରଭାବରେ ଆଗମୀ ୫ ଦିନ ଯାଏଁ ବର୍ଷା ଲାଗି ରହିବ ।
ଆସନ୍ତା ୨୪ ଘଣ୍ଟାରେ କିଛି ସ୍ଥାନରେ ବର୍ଷା ଓ ଘଡଘଡି ବିଜୁଳି ସଂଭାବନା ରହିଛି l ବିଶେଷ କରି ଗଞ୍ଜାମ, ଗଜପତି , ସୁନ୍ଦରଗଡ, ରାୟଗଡ଼ାରେ ବର୍ଷା ହୋଇପାରେ । ସେହିପରି ସମ୍ବଲପୁର ଓ ବରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୭ ରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ । କନ୍ଧମାଳ, କୋରାପୁଟ , ଅନୁଗୋଳ, ଖୋର୍ଦ୍ଧା, କେନ୍ଦୁଝର ଜିଲ୍ଲାରେ ମଧ୍ୟ ବର୍ଷା ସମ୍ଭାବନା ରହିଛି । ୨୯ରେ ମଧ୍ୟ ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ l ବର୍ତ୍ତମାନ ସୁଦ୍ଧା ମୟୂରଭଂଜ, ବଲାଙ୍ଗିର, ବାଲେଶ୍ଵର, ପୁରୀ ଜିଲ୍ଳା ରେ ୪୨ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି ।