ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ‘ଗୁଲାବ’, ୭୫ରୁ ୮୫ କିଲୋମିଟର ବେଗରେ ବହିବ ପବନ

କେନ୍ୟୁଜ୍(ବ୍ୟୁରୋ):  ବଙ୍ଗୋପସାଗରରେ ବାତ୍ୟା ଗୁଲାବ । ଡିପ୍‌ ଡିପ୍ରେସନ୍‌ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି । ସ୍ଥଳଭାଗ ଅଭିମୁଖେ ଅଗ୍ରସର ହେଉଛି ଗୁଲାବ । ଏବେ ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଆଗକୁ ବଢୁଛି । ବର୍ତ୍ତମାନ ଗୋପାଳପୁରଠାରୁ ୩୭୦ କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବ ଓ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମରୁ ୪୪୦ କିଲୋମିଟର ପୂର୍ବ-ଉତ୍ତର ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି । ଏହା ଧୀରେ ଧୀରେ ପଶ୍ଚିମ ଦିଗରେ ଗତି କରିବ । ଆସନ୍ତାକାଲି ସନ୍ଧ୍ୟାରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳର କଳିଙ୍ଗପଟ୍ଟନମ୍‌ ଓ ଗୋପାଳପୁର ମଧ୍ୟରେ ଛୁଇଁବ ସ୍ଥଳଭାଗ । ଲ୍ୟାଣ୍ଡଫଲ୍‌ ବେଳେ ପବନର ବେଗ ଘଣ୍ଟାପ୍ରତି ୭୫ରୁ ୮୫ କିଲୋମିଟର ବେଗରେ ପବନ ବହିବ । ସ୍ଥଳବିଶେଷରେ ବଢ଼ି ପବନର ବେଗ ୯୫ କିଲୋମିଟର ଛୁଇଁପାରେ । ଆଜି ଓଡ଼ିଶା ଉପକୂଳରେ ୪୦-୫୦ କିଲୋମିଟର ବେଗରେ ବହୁଛି ପବନ ।

gulab

ଆସନ୍ତାକାଲି ମଧ୍ୟାହ୍ନ ପରେ ଗଞ୍ଜାମ, ଗଜପତି ଜିଲ୍ଲାରେ ପବନର ବେଗ ୭୫-୮୫ କିଲୋମିଟର ରହିବ । ସେହିପରି ଖୋର୍ଦ୍ଧା, ପୁରୀ, ରାୟହଗଡ଼ା ଓ କୋରାପୁଟ ଜିଲ୍ଲାରେ ଘଣ୍ଟାପ୍ରତି ୫୫-୬୫ କିଲୋମିଟର ବେଗର ବହିପାରେ ପବନ । ସେହିପିର ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ୫୦-୬୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ବାତ୍ୟା ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ଓ ଅତ୍ୟଧିକ ବର୍ଷା ହେବ । ୨୭ ତାରିଖ ସକାଳ ଯାଏ ଲାଗି ରହିବ ବର୍ଷା । ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଧାମରା, ପାରାଦୀପ, ପୁରୀ ଓ ଗୋପାଳପୁରକୁ ଜାରି ହୋଇଛି ୩ ନମ୍ବର ବିପଦ ସଙ୍କେତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.