ରାଜ୍ୟ

ହୋଇପାରେ ବାତ୍ୟା : ୬ରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ୮ରେ ନେବ ଅବପାତ ରୂପ

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତା ୬ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ୭ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ୮ ତାରିଖ ବେଳକୁ ଏହା ଅବପାତରେ ପରିଣତ ହୋଇପାରେ ।ଉତ୍ତର ଦିଗକୁ ଯାଇ କେନ୍ଦ୍ରୀୟ ବଙ୍ଗୋପସାଗରକୁ ମୁହାଁଇବ । ଗତି କରିବା ପରେ ଆହୁରି ଶକ୍ତିଶାଳୀ ହେବା ଆଶଙ୍କା ରହିଛି । ଲଘୁଚାପ ସୃଷ୍ଟି ପରେ ଗତିପଥ ସୃଷ୍ଟି ହେବ । ଭାରତୀୟ ପାଣିପାଗ ବିଭାଗ ଏ ନେଇ ସୂଚନା ଦେଇଛି ।

ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହାର ଗତିପଥ ଓ ତୀବ୍ରତା ଜଣା ପଡିବ । ବଙ୍ଗୋପସାଗରେ ସାମୁଦ୍ରିକ ଝଡ଼ ସୃଷ୍ଟି ନେଇ ବିଭିନ୍ନ ପାଣିପାଗ ସଂସ୍ଥା ଆକଳନ କରୁଛନ୍ତି । ଓ୍ଵିଣ୍ଡିର ୟୁରୋପିଆନ୍‌ ECMWF ଓ ଆମେରିକାନ୍‌ GFS ମଡେଲ୍‌ ଦର୍ଶାଉଛି ମେ ୧୧ ତାରିଖ ବେଳକୁ ବାତ୍ୟା ସୃଷ୍ଟି ସମ୍ଭାବନା ରହିଛି । ଏହା ବାଂଲାଦେଶ-ମିଆଁମାର ମୁହାଁ ହୋଇପାରେ ।

ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଆଗୁଆ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ରାଜ୍ୟ ସରକାର । ସମସ୍ତ ବିଭାଗର ସଚିବମାନଙ୍କ ସହ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକ କରି ଗ୍ରୀଷ୍ମ ଋତୁ ବାତ୍ୟାର ଗତି ନେଇ ଆଲୋଚନା କରିଛନ୍ତି । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଓଡିଆରଏଫ୍, ଏନଡିଆରଏଫ୍ ସହ ଜରୁରୀକାଳୀନ ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Barsha

Recent Posts

ବଜ୍ରପାତ ନେଲା ଜୀବନ, ଝିଅର ମୃତ୍ୟୁ, ବାପା ଗୁରୁତର

କରଞ୍ଜିଆ : ବଜ୍ରପାତ ନେଲା ଜୀବନ  । ଏପରି ଅଘଟଣ ସାମ୍ନାକୁ ଆସିଛି ମହୁଲଡିହା ଥାନା ଅନ୍ତର୍ଗତ କୁଇଲିପାଳ ଗ୍ରାମରେ…

40 mins ago

ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ନେପାଳ ପ୍ରଧାନମନ୍ତ୍ରୀ, ଭାରତରେ ରହିବେ ୩ ଦିନ

ଭାରତ ଆସୁଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ…

44 mins ago

ଏହି ଦେଶରେ ମୋଟା ହେବା ବେଆଇନ, ଓଜନ ବଢିବା ପାଇଁ ମିଳିଥାଏ ଦଣ୍ଡ

ଆପଣମାନେ ଜାଣିଥିବେ ଯେ ଦେଶର ସମସ୍ତ ସ୍ଥାନରେ ଭିନ୍ନ ପ୍ରକାରର ଆଇନ ରହିଥାଏ । କିନ୍ତୁ ଅନେକ ଦେଶରେ କିଛି…

44 mins ago

କଣ କଣ ସବୁ ସୁବିଧା ପାଆନ୍ତି ସାଂସଦ, ଏବଂ କେତେ ଟଙ୍କା ସାଲାରୀ ମିଳେ ଜାଣନ୍ତୁ

ଘୋଷଣା ହୋଇସାରିଛି ୨୦୨୪ର ଫଳ । ଶେଷ ହୋଇଛି ଭାରତରେ ଗଣତନ୍ତ୍ରର ମହାପର୍ବ । ନିର୍ବାଚନ ଆୟୋଗ ୫୪୨ ସିଟ୍‌…

54 mins ago

ପବିତ୍ର ତୀର୍ଥ କ୍ଷେତ୍ର ପାଲଟିଛି ପାରାବନ୍ଧ ଠାରେ ଥିବା ମା’ ସାବିତ୍ରୀ ଆଡି ପୀଠ

ଭଦ୍ରକ (କେନ୍ୟୁଜ): ଓଡିଶାର ବିଭିନ୍ନ ପ୍ରାନ୍ତରେ ଅନେକ ପ୍ରସିଦ୍ଧ ଶକ୍ତି ପୀଠ ରହିଛି । ଯାହା ଶ୍ରଦ୍ଧାଳୁମାନଙ୍କ ପାଇଁ ପବିତ୍ର…

1 hour ago

ମଧ୍ୟରାତିରେ ଫୁଡ୍ କ୍ରେଭିଙ୍ଗ ହେଉଛି କି? ଟ୍ରାଏ କରନ୍ତୁ ଏହି ୫ଟି ହେଲଦି ଖାଦ୍ୟ

ମଧ୍ୟରାତ୍ରିରେ ଫୁଡ୍ କ୍ରେଭିଙ୍ଗ ହେବା ଏକ ସାଧାରଣ ସମସ୍ୟା, ଯେଉଁଥିପାଇଁ ଅଧିକାଂଶ ଲୋକ ରାତିରେ ଭୋକିଲା ଅନୁଭବ କରନ୍ତି ।…

1 hour ago