ଆସୁଛି ସମ୍ଭାବ୍ୟ ବାତ୍ୟା ଜୱାଦ: ଓ୍ଵିଣ୍ଡିର GFS ମଡେଲ୍‌ର ପୂର୍ବାନୁମାନ ଓଡ଼ିଶା ଉପକୂଳ ନିକଟ ଦେଇ କରିବ ଗତି!

ଭୁବନେଶ୍ବର(କେନ୍ଯୁଜ୍): ବଙ୍ଗୋପସାଗରରେ ବଢୁଛି ବାତ୍ୟା ଆଶଙ୍କା । ଆସନ୍ତାକାଲି ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ବଙ୍ଗୋପସାଗରରେ ଡିପ୍ରେସନରେ ପରିଣତ ହେବ । ପରେ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେଇପାରେ । ବିଭିନ୍ନ ପାଣିପାଗ ସଂସ୍ଥା ଏନେଇ ପୂର୍ବାନୁମାନ କରୁଛନ୍ତି । ତେବେ ସମ୍ଭାବ୍ୟ ବାତ୍ୟାର ଗତିପଥ କଣ ରହିବ ତାକୁ ନେଇ ଏବେ ଚର୍ଚ୍ଚା । ଓ୍ଵିଣ୍ଡିର GFS ମଡେଲ୍‌ ଦର୍ଶାଉଛି, ଲଘୁଚାପ ବାତ୍ୟାରେ ପରିଣତ ହେବ । ଏହା ଓଡ଼ିଶା ଉପକୂଳ ନିକଟ ଦେଇ ଅତିକ୍ରମ କରିପାରେ । ପଶ୍ଚିମବଙ୍ଗର ସୁନ୍ଦରବନରେ ଲାଣ୍ଡଫଲ୍‌ କରିବ ବୋଲି ଓ୍ଵିଣ୍ଡିର GFS ମଡେଲ୍‌ ଦର୍ଶାଉଛି ।

ପାଣିପାଗ ସଂସ୍ଥା ସ୍କାଏମେଟ ପୂର୍ବାନୁମାନ କହୁଛି, ବଙ୍ଗୋପସାଗରେ ଲଘୁଚାପ ବାତ୍ୟାରେ ପରିଣତ ହୋଇପାରେ । ବାତ୍ୟା ହେଲେ ନାଁ ଜୱାଦ ରହିବ । ଏହା ଓଡ଼ିଶା ପାଖ ଦେଇ ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁ ହୋଇପାରେ ବୋଲି କହିଛି ସ୍କାଏମେଟ୍‌ ।  ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲ୍‌ସଙ୍କ ପୂର୍ବାନୁମାନ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ବଳ ଗୋଟାଇ ବାତ୍ୟାରେ ପରିଣତ ହେବ । ଏହାର ପ୍ରଭାବ ସଠିକ ଆକଳନ ହୋଇନଥିଲେ ମଧ୍ୟ ଓଡ଼ିଶା, ବାଂଲାଦେଶ ଓ ଉତ୍ତର ପୂର୍ବ ଭାରତରେ ପ୍ରଭାବ ପକାଇପାରେ । ଦକ୍ଷିଣ ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, କେରଳ ଓ ଶ୍ରୀଲଙ୍କାରେ ପ୍ରବଳ ବର୍ଷା ସହ ବନ୍ୟା ପରିସ୍ଥିତି ଉପୁଜିପାରେ ।

ଭାରତୀୟ ପାଣିପାଗ ବିଭାଗ କହିଛି, ୨୯ ତାରିଖ ବେଳକୁ ଲଘୁଚାପ ସୃଷ୍ଚି ହେବ । ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି କ୍ରମଶଃ ଶକ୍ତିଶାଳୀ ହୋଇ ଅବପାତରେ ପରିଣତ ହୋଇ ବଙ୍ଗୋପସାଗରରେ ପ୍ରବେଶ କରିବ । ଡିସେମ୍ବର ୧ ବେଳକୁ ଡିପ୍ରେସନ୍‌ ସୃଷ୍ଟି ହୋଇସାରିଥିବ । ବଙ୍ଗୋପସାଗରର ପାଣିପାଗ ବାତ୍ୟା ଲାଗି ଅନୁକୂଳ ଥିବା କହିଛି ଆଇଏମ୍‌ଡି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.