କଳିଙ୍ଗପଟ୍ଟନମ୍‌ ରୁ ଗୋପାଳପୁର ମଧ୍ୟରେ ସ୍ଥଳ ଭାଗ ଛୁଇଁବ ବାତ୍ୟା, ସିଇସିର ପୂର୍ବାନୁମାନ

ଭୁବନେଶ୍ୱର(କେନ୍ୟୁଜ୍‌) : ଆରମ୍ଭ ହୋଇଛି ବାତ୍ୟା ଗୁଲାବର ଲ୍ୟାଣ୍ଡ ଫଲ୍‌ ପ୍ରକ୍ରିୟା । ସାମୁଦ୍ରିକ ଝଡ଼ ଗୁଲାବ ଘଣ୍ଟାକୁ ୨୫ କିମି ବେଗରେ ମାଡ଼ି ଆସୁଛି । ଆଜି ସନ୍ଧ୍ୟା ୬ ଟା ବେଳେ ସ୍ଥଳଭାଗରେ ମାଡ଼ ହେବ ବୋଲି ଆଶଙ୍କା କରାଯାଉଛି । ଲ୍ୟାଣ୍ଡଫଲ୍‌  ପ୍ରକ୍ରିୟ ପ୍ରାୟ ୩ ଘଣ୍ଟା ଧରି ଚାଲିବ ।

ଏହାର ପ୍ରଭାବରେ ଦକ୍ଷିଣ-ଓଡିଶାରେ ଆରମ୍ଭ ହୋଇଛି ପ୍ରବଳ ବର୍ଷା । ଏବେ ଘଣ୍ଟାପ୍ରତି ୭୫ ରୁ ୮୫ କିମି ବେଗରେ ପବନ ବହୁଛି । ମଧ୍ୟରାତ୍ର ସୁଦ୍ଧା ଲ୍ୟାଣ୍ଡଫଲ୍‌ ପକ୍ରିୟା ଶେଷ ହେବ ବୋଲି SRC ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

ରାଜ୍ୟର ୧୩ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ଆକଳନ କରାଯାଇଛି। ଗଂଜାମ, ଗଜପତି, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, କଟକ, କନ୍ଧମାଳ, ପୁରୀ, କେନ୍ଦ୍ରାପଡ଼ା, କଳାହାଣ୍ଡି, ନବରଂଗପୁର, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ବୋଲି ଶ୍ରୀ ସାହୁ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.