ରାଜ୍ୟ

ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ମୋକା, IMD ପକ୍ଷରୁ ବାତ୍ୟାର ଆଖି ଚିତ୍ର ଜାରି କରାଯାଇଛି

କେନ୍ୟୁଜ୍(ବ୍ୟୁରୋ):  ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ମୋକା। ଦକ୍ଷିଣ ପୂର୍ବ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ । ସାମ୍ନାକୁ ଆସିଛି ଭେରି ସିଭିୟର ସାଇକ୍ଲୋନର ଆଖି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମୋକାର ଆଖି ଚିତ୍ର ଜାରି କରାଯାଇଛି । ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରି ଏହା ଦିଗ ବଦଳାଇବାର ସମ୍ଭାବନା ରହିଛି। ରିକର୍ଭ କରି ଉତ୍ତର-ଉତ୍ତରପୂର୍ବ ଦିଗରେ ଏହା ଗତି କରିବ । ବାତ୍ୟାର ତୀବ୍ରତା କାଲି ସର୍ବାଧିକ ରହିବ। ୧୪ତାରିଖ ମଧ୍ୟାହ୍ନରେ ମୋକା ଦକ୍ଷିଣ ପୂୂର୍ବ ବାଂଲାଦେଶ ଏବଂ ଉତ୍ତର ମିଆଁମାର ତଟରେ ବାଂଲାଦେଶର କକ୍ସ ବଜାର ଓ ମିଆଁମାରର କ୍ୟାଉକ୍‌ପିୟୁ ମଧ୍ୟରେ ମୋକା ସ୍ଥଳଭାଗ ଛୁଇଁବ। ଅତି ଭୀଷଣ ବାତ୍ୟା ଲ୍ୟାଣ୍ଡଫଲ ବେଳକୁ ପବନର ବେଗ ଘଣ୍ଟାପ୍ରତି ୧୫୦ରୁ ୧୬୦ କିମି ଓ ସ୍ଥଳବିଶେଷରେ ୧୭୫ କିମି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ଓ଼ଡିଶା ଉପରେ ରହିବନି ମୋକାର ପ୍ରଭାବ। କିନ୍ତୁ ପଶ୍ଚିମବଙ୍ଗରେ ଏହାର ପ୍ରଭାବ ସାମାନ୍ୟ ରହିପାରେ। ସମୁଦ୍ର ଅଶାନ୍ତ ରହିବା ସହ ଉଚ୍ଚ ଜୁଆର ଉଠିପାରେ। ଏହାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗର ଦୀଘା ଠାରେ ଏନଡିଆରଏଫର ୮ଟି ଟିମ୍‌କୁ ମୁତୟନ କରାଯାଇଛି। ଶହେ ଉଦ୍ଧାରକାରୀଙ୍କୁ ଜରୁରୀକାଳୀନ ସ୍ଥିତି ପାଇଁ ରଖାଯାଇଛି। ଭାରତୀୟ ତଟରକ୍ଷୀ ବାହିନୀ ମଧ୍ୟ ହାଇ ଆଲର୍ଟରେ ରହିଛି। ମତ୍ସ୍ୟଜୀବୀମାନେ ସମୁଦ୍ରରୁ ଫେରି ଆସିବାକୁ ଡାକବାଜି ଯନ୍ତ୍ର ଯୋଗେ ସଚେତନ କରାଯାଇଛି। ବାଂଲାଦେଶର ୫ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ମୋକା ପ୍ରଭାବ ଯୋଗୁ ବଙ୍ଗୋପସାଗରରେ ଓଡ଼ିଶା ଉପକୂଳରେ କାଲି ସଂଧ୍ୟା ଯାଏ ମତ୍ସ୍ୟଜୀବୀ, ଜାହାଜ, ବୋଟ ଓ ଟ୍ରଲର ଚଳାଚଳ ପାଇଁ ବାରଣ କରାଯାଇଛି। ସମୁଦ୍ରରେ ଉଚ୍ଚ ଜୁଆର ଆସିବାର ସମ୍ଭାବନା ଥିବାରୁ ଚେତାବନୀ ଜାରି କରାଯାଇଛି।

KNews Bureau

Recent Posts

ଫ୍ୟାନକୁ ଡେଟ୍ କରିବାକୁ ଚାହୁଁଛନ୍ତି କାର୍ତ୍ତିକ ଆର୍ଯ୍ୟନ୍! ଫିମେଲ୍ ଫ୍ୟାନ୍ସଙ୍କର ଲାଗିଲା ଲଟେରୀ

କାର୍ତ୍ତିକ ଆର୍ଯ୍ୟନ୍ ତାଙ୍କ ଆଗାମୀ ଫିଲ୍ମ 'ଚନ୍ଦୁ ଚାମ୍ପିଅନ୍'କୁ ନେଇ ଆଜିକାଲି ଖୁବ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଫିଲ୍ମରୁ…

10 mins ago

ସ୍ୱପ୍ନାଦେଶ ପରେ ମା’ଙ୍କ ନାମକରଣ ହୋଇଥିଲା ସୁବର୍ଣ୍ଣରେଖା, ଏବେ ଚାଲିଛି ଠାକୁରାଣୀଙ୍କ ଯାତ୍ରା

ଗଞ୍ଜାମ(କେନ୍ୟୁଜ)- ମା’ଙ୍କ ଯାତ୍ରା ପାଇଁ ଘଣ୍ଟ ଘଣ୍ଟା ହୁଳହୁଳିରେ କମ୍ପି ଉଠୁଛି ଗଗନ ପବନ । ହଜାର ହଜାର ଭକ୍ତଙ୍କ…

21 mins ago

କଂସା ବାସନର ଉପକାରିତା କହିଲେ ନସରେ: ଠାକୁରଙ୍କ ପାଇଁ ଭୋଗ ବାଢ଼ିବା ହେଉ କି ଜ୍ୱାଇଁ ଚର୍ଚ୍ଚା ସବୁଠି ଦରକାର

ବିନିକା(କେନ୍ୟୁଜ): ଠାକୁରଙ୍କ ପାଇଁ ଭୋଗ ବାଢ଼ିବାକୁ ହେଉ କି ଜ୍ୱାଇଁ ଚର୍ଚ୍ଚା ଅବା ଘରକୁ ଅତିଥି ଆସିଲେ ପାଦ ଧୋଇବା…

31 mins ago

ଆହୁରି ୫ ଦିନ କଲବଲ କରିବ ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା ।  ତିନି ଦିନ ଯାଏ କଲବଲ କରିବ ତାତି ।  ଗ୍ରୀଷ୍ମପ୍ରବାହ ନେଇ…

43 mins ago

ଲାଇଭ ମ୍ୟାଚରେ ରୋହିତଙ୍କୁ ଭେଟିବାକୁ ପହଞ୍ଚିଲେ ଫ୍ୟାନ୍‌, ଧରିଲା ଆମେରିକା ପୋଲିସ: ରୋହିତଙ୍କ ରିଆକ୍ସନ ଭାଇରଲ

ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଓ୍ଵାର୍ମଅପ୍‌ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ…

47 mins ago

ସ୍କୁଟିରେ ଯାଉଥିବା ବେଳେ ଅଘଟଣ, ନଡ଼ିଆ ଗଛ ପଡି ୨ ମୃତ, ଜଣେ ଗୁରୁତର

କୋଣାର୍କ (କେନ୍ୟୁଜ): ନଡ଼ିଆ ଗଛ ପଡି ଗଲା ଜୀବନ । ୨ ମୃତ, ଜଣେ ଗୁରୁତର ।  ଗୋପ ସରଡ଼ା…

1 hour ago