ଭୀଷଣ ବାତ୍ୟାରେ ପରିଣତ ହେଲା ‘ମୋକା’, ୧୪ ମଧ୍ୟାହ୍ନରେ ବାଂଲାଦେଶ ଓ ମିଆଁମାର ମଧ୍ୟରେ କରିବ ଲ୍ୟାଣ୍ଡଫଲ
ଆହୁରି ଉଗ୍ର ହେଲା ବାତ୍ୟା । ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହୋଇଛି । ବଙ୍ଗୋପସାଗରରେ ଭୀଷଣ ବାତ୍ୟାରେ ପରିଣତ ହେବା ପରେ ଦୃଶ୍ୟମାନ ହେଲା ବାତ୍ୟା ମୋକାର ଆଖି । ଉତ୍ତର-ଉତ୍ତର ପୂର୍ବ ଦିଗରେ ଆଗକୁ । ସମୁଦ୍ରରୁ ବଳ ଗୋଟାଇ ଅଧିକ ଶକ୍ତିଶାଳୀ ହେବ ମୋକା ।
ଭୁବନେଶ୍ୱର (କେନ୍ୟୁଜ): ଆହୁରି ଉଗ୍ର ହେଲା ବାତ୍ୟା । ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହୋଇଛି । ବଙ୍ଗୋପସାଗରରେ ଭୀଷଣ ବାତ୍ୟାରେ ପରିଣତ ହେବା ପରେ ଦୃଶ୍ୟମାନ ହେଲା ବାତ୍ୟା ମୋକାର ଆଖି । ଉତ୍ତର-ଉତ୍ତର ପୂର୍ବ ଦିଗରେ ଆଗକୁ । ସମୁଦ୍ରରୁ ବଳ ଗୋଟାଇ ଅଧିକ ଶକ୍ତିଶାଳୀ ହେବ ମୋକା । ଆଜି ସନ୍ଧ୍ୟା ଭିତରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ହେବ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ବା ଅତି ଭୀଷଣ ବାତ୍ୟା । ସେତେବେଳେ ଏହାର ତୀବ୍ରତା ଢ଼େର ଅଧିକ ରହିବ ।
ଆସନ୍ତାକାଲି ସଂଧ୍ୟାରେ ବାତ୍ୟାର ତୀବ୍ରତା ସର୍ବାଧିକ ରହିବ । ୧୪ ମଧ୍ୟାହ୍ନରେ ବାଂଲାଦେଶ ଓ ମିଆଁମାର ମଧ୍ୟରେ ଲ୍ୟାଣ୍ଡଫଲ କରିବ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫୦ କିଲୋମିଟରୁ ୧୬୦ କିଲୋମିଟର ରହିବ । ଝଟକା ପବନ ଘଣ୍ଟା ପ୍ରତି ୧୭୫ କିଲୋମିଟର ରହିବ ବୋଲି ଆଇଏମଡି ଆକଳନ କରିଛି । ପୋର୍ଟ ବ୍ଲେଆର ଠାରୁ ୫୨୦ କିଲୋମିଟର ଓ ବାଂଲାଦେଶର କକ୍ସ ବଜାରଠାରୁ ଏକ ହଜାର ୩୯ କିଲୋମିଟର ଦୂରରେ ରହିଛି ।