ସ୍ଥଳଭାଗ ଛୁଇଁଲା ସାମୁଦ୍ରିକ ଝଡ ପେଥାଇ , ଆନ୍ଧ୍ରପ୍ରଦେଶର ଇଷ୍ଟ ଗୋଦାବରୀର କାଟ୍ରେନିକୋନା ନିକଟରେ ହେଲା ଲ୍ୟାଣ୍ଡଫଲ୍

ହାଇଦ୍ରାବାଦ (କେନ୍ୟୁଜ୍) : ସ୍ଥଳଭାଗ ଛୁଇଁଲା ସାମୁଦ୍ରିକ ଝଡ ପେଥାଇ। ଆନ୍ଧ୍ରପ୍ରଦେଶର ଇଷ୍ଟ ଗୋଦାବରୀର କାଟ୍ରେନିକୋନା ନିକଟରେ ଏହା ଲ୍ୟାଣ୍ଡଫଲ୍ କରିଛି। ପ୍ରଭାବରେ କୋନାସିମା ଅଞ୍ଚଳରେ ପବନ ସାଙ୍ଗକୁ ପ୍ରବଳ ବର୍ଷା ଲାଗି ରହିଛି। ସ୍ଥାନୀୟ ଅଞ୍ଚଳରେ କ୍ଷୟକ୍ଷତି ହୋଇଛି ।
ଲୋକମାନଙ୍କୁ ସତର୍କ ରହିବା ପାଇଁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ଓଡ଼ିଶା ପ୍ରତି ବିପଦ ନଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ। ଓଡ଼ିଶାର ୪ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଗତ ୨୪ ଘଣ୍ଟାରେ ନୂଆପଡ଼ାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ସମ୍ଭାବ୍ୟ ବାତ୍ୟା ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଜରୁରୀକାଳୀନ ଅଧିକାରୀଙ୍କୁ ଆଲର୍ଟ ରଖାଯାଇଛି। କଣ୍ଟ୍ରୋଲ ରୁମ୍ ସଜାଗ ରହିଥିବା ଏସ୍ଆର୍ସି ସୂଚନା ଦେଇଛନ୍ତି।
#WATCH: Rough sea and strong winds in Kakinada of East Godavari district in Andhra Pradesh, #CyclonePhethai is expected to make a landfall this afternoon. pic.twitter.com/zJAS6zi3pv
— ANI (@ANI) December 17, 2018