ପାକିସ୍ତାନକୁ ‘ସାହିନ’ର ଟାର୍ଗେଟ, ଭାରତୀୟ ଉପକୂଳରୁ ଯାଇଛି ଦୂରେଇ

କେନ୍ୟୁଜ୍(ବ୍ୟୁରୋ): ବାତ୍ୟା ପଛେ ପଛେ ବାତ୍ୟା । ଗୁଲାବ ପରେ ସାହିନ । ବଙ୍ଗୋପସାଗରରେ ବାତ୍ୟା ଗୁଲାବ ଏବେ ଆରବ ସାଗରରେ ପୁନର୍ଜନ୍ମ ନେଇ ପୁଣି ବାତ୍ୟା ରୂପ ନେଇଛି ସାହିନ । ଏବେ ଆରବସାଗରରେ ଅଛି ବାତ୍ୟା ‘ସାହିନ’ । ୧୨ ଘଣ୍ଟାରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ।ଏହା ଭାରତୀୟ ଉପକୂଳରୁ ଦୂରେଇ ଯାଉଛି । ଫଳରେ ଭାରତରୁ ବାତ୍ୟା ଆଶଙ୍କା ଦୂରେଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ବାତ୍ୟା ସାହିନ ଏବେ ପାକିସ୍ତାନ ଓ ଇରାନ ତଟବର୍ତ୍ତି ଅଞ୍ଚଳରେ ରହିଛି ।

ଗୁଜରାଟର ଦ୍ୱାରିକା ଠାରୁ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ୪୦୦ କିଲୋମିଟର ଦୂରରେ ଥିବା ବେଳେ ପାକିସ୍ତାନର କରାଚି ଠାରୁ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ୨୬୦ କିମି ଦୂରରେ ରହିଛି । ଗୁଜରାଟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବାରୁ ଆଲର୍ଟ ଜାରି ହୋଇଛି । ସମୁଦ୍ର ଭିତରକୁ ଯିବାକୁ ବାରଣ ଦିଆଯାଇଛି । ଏବେ ପାକିସ୍ତାନ ମୁହାଁ ‘ସାହିନ’ । କରାଚିରେ ବାତ୍ୟା ହିଟ କରିବାର ସମ୍ଭାବନା ରହିଛିା ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟାର ଅବଶିଷ୍ଟାଂଶ ଆରବ ସାଗରକୁ ଯିବା ବିରଳ। ୪୦ ବର୍ଷ ପରେ ଏପରି ହୋଇଛି । ଜଳବାୟୁ ପରିବର୍ତ୍ତନ ଏହାର କାରଣ ବୋଲି କୁହାଯାଉଛି ।

Leave A Reply

Your email address will not be published.