ରାତିରେ କୋରାପୁଟ ଦେଇ ଗତି କରିବ ବାତ୍ୟା, ଓଡ଼ିଶା ଉପରେ ବଡ଼ ଧରଣର ପ୍ରଭାବ ପଡିବ ନାହିଁ : ଏସଆରସି

ଭୁବନେଶ୍ୱର (କେନ୍ୟୁଜ୍‌) : ସନ୍ଧ୍ୟା ୬ଟାରୁ ଆରମ୍ଭ ହୋଇଥିବା ବାତ୍ୟା ‘ଗୁଲାବ’ ଲ୍ୟାଣ୍ଡଫଲ ପ୍ରକ୍ରିୟା ଏବେ ପର‌୍ୟ୍ୟନ୍ତ ଚାଲିଛି। ଏସଆରସି ପ୍ରଦୀପ ଜେନାଙ୍କ ସୂଚନା। ବାତ୍ୟାର ଆଖି ଅତିକ୍ରମ କରି ସାରିଛି । ଆଉ ପ୍ରାୟ ଦେଢ ଘଣ୍ଟା ଳାଗି ପାରେ ସଂପୂର୍ଣ୍ଣ ଅତିକ୍ରମ ପାଇଁ। ଆନ୍ଧ୍ର ପ୍ରଦେଶ କଳିଙ୍ଗ ପାଟନମ୍ ଉତ୍ତରକୁ ୭୦ କିମି ଦୂର ଶ୍ରୀକାକୁଲମ ସନ୍ତଗୁଡ଼ା ବ୍ଳକରେ ସ୍ଥଳ ଭାଗ ଛୁଇଁଲା । ସେଠାରେ ୭୦ କିମି ପବନ ବାହୁଛି। ଓଡ଼ିଶାରେ କୌଣସି ଜାଗାରେ ପବନ ନାହିଁ। ବର୍ଷା ସାମନ୍ୟରୁ ମଧ୍ୟମ ଧରଣର ହେଉଛି।

ବାତ୍ୟା ଶ୍ରୀକାକୁଲମରୁ କୋରାପୁଟ ଯିବ । ପାଥ୍ ଦକ୍ଷିଣ ପାର୍ଶ୍ୱରେ ଅଧିକ ପ୍ରଭାବ ଯୋଗୁଁ ରାତିରେ ଗଜପତି, ରାୟଗଡା, କୋରାପୁଟରେ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ଏହି ସମୟରେ ୫୦ ରୁ ୬୦ କିମି ପବନ ରହିପାରେ। ଫ୍ଲାସ ଫ୍ଳଡ୍ ଆଶଙ୍କା ଏଡ଼ାଇ ଦିଆଯାଇ ନପାରେ । ରାତିରେ ବର୍ଷାର ପରିମାଣ ଉପରେ ଏହା ନିର୍ଭର କରୁଛି। ଫ୍ଲାସ ଫ୍ଳଡ୍ ଆଶଙ୍କା ନେଇ ଏଥି ପାଇଁ ଏହି ୩ଟି ଜିଲ୍ଳାର ଅଧିକାରୀମାନଙ୍କୁ ସତର୍କ କରାଯାଇଛି।

ଆସନ୍ତାକାଲି ଅପରାହ୍ନ ସୁଦ୍ଧା ବାତ୍ୟା ଓଡ଼ିଶାରୁ ଛତିଶଗଡ଼ ଚାଲିଯିବ। ବାତ୍ୟା ଜନିତ କ୍ଷୟକ୍ଷତିର ସବିଶେଷ ଖବର ଆସି ନାହିଁ। କେବଳ ଗଜପତିରେ ପଥର ଖସି ରାସ୍ତାରେ ପଡ଼ିଥିଲା ବୋଲି ସୂଚନା ଆସିଛି । ରାତି ୯ଟା ସୁଦ୍ଧା ୩୯ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ଏସଆରସି ସୂଚନା ଦେଇଛନ୍ତି ।