ଆସୁଛି ଆଉ ଏକ ବାତ୍ୟା “ଗୁଲାବ”, ଘଣ୍ଟା ପ୍ରତି ୯୦ କିମି ବେଗରେ ବହିବ ପବନ

ଭୁବନେଶ୍ୱର(କେ ନ୍ୟୁଜ): ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ସମ୍ଭାବନା । ଭାରତୀୟ ପାଣିପାଗ ବିଭାଗ ଜାରି କଲା ବାତ୍ୟା ପୂର୍ବ ସତର୍କତା । ପୂର୍ବ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତରପୂର୍ବ ବଙ୍ଗୋପସାଗରରେ େଓ୍ଵଲ୍‌ ମାର୍କଡ ଲୋ ପ୍ରେସର ଅବପାତର ରୂପ ନେଇଛି । ପରବର୍ତ୍ତୀ ୧୨ ଘଣ୍ଟାରେ ଡିପ୍ରେସନ୍‌ ଡିପ୍‌ ଡିପ୍ରେସନରେ ପରିଣତ ହେବ । ପରେ ଅଧିକ ଘନୀଭୂତ ହେବ ଗଭୀର ଅବପାତ । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗରେ ଗତି କରିବ । ୨୬ ତାରିଖ ସନ୍ଧ୍ୟାରେ ଏହା ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ କଳିଙ୍ଗପଟ୍ଟନମ୍‌ ପାଖରେ ଅତିକ୍ରମ କରିବ । ୨୬ ତାରିଖରେ ପବନର ବେଗ ୭୦-୮୦ କିଲୋମଟର ରହିବ । ଏହା ବଢ଼ି ଘଣ୍ଟାପ୍ରତି ୯୦ କିଲୋମିଟର ଛୁଇଁପାରେ ।

ବର୍ତ୍ତମାନ ସାମୁଦ୍ରିକ ଝଡ଼ ଗୋପାଳପୁରଠାରୁ ୫୮୦ କିମି ପୂର୍ବ ଦକ୍ଷିଣପୂର୍ବରେ ଅବସ୍ଥିତ ଅଛି । ସେହିଭଳି ଆନ୍ଦ୍ର ପ୍ରଦେଶର କଳିଙ୍ଗପାଟ୍‌ନମ୍‌ର ପୂର୍ବକୁ ୬୬୦ କିମି ଦୂରରେ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ୨୫ରୁ ୪ ଦିନ ପ୍ରବଳ ବର୍ଷା ହେବ । ଆଜି ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର,ପୁରୀ, ଖୋର୍ଦ୍ଧା, ନୟାଗଡ଼ ଏବଂ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ସତର୍କତା ଜାରି କରିଛି ପାଣିପାଗ ବିଭାଗ । ସେହିଭଳି ୨୬ ତାରିଖ ପାଇଁ ଚାରି ଜିଲ୍ଲା କନ୍ଧମାଳ, ଗଞ୍ଜାମ, ରାୟଗଡ଼ା ଏବଂ ଗଜପତି ଜିଲ୍ଲା ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା ୨୫ରୁ ୨୭ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ବାରଣ କରାଯାଇଛି ।

Leave A Reply

Your email address will not be published.