ରାଜ୍ୟ

ଭୀଷଣ ରୂପ ଧାରଣ କରି ଆସୁଛି “ୟସ୍‌” , କାଲି ସକାଳ ୮ଟାରୁ ୯ଟା ଭିତରେ ବାହାନଗାରୁ ବାସୁଦେବପୁର ଭିତରେ କରିପାରେ ହିଟ୍‌

ନୂଆଦିଲ୍ଲୀ(କେ ନ୍ୟୁଜ:  ଭୀଷଣ ରୂପ ଧାରଣ କରି ଓଡ଼ିଶା ଉପକୂଳ ମୁହାଁଉଛି ବାତ୍ୟା ୟସ୍‌ । ପାରାଦୀପ ଓ ବାଲେଶ୍ୱର ଉପକୂଳ ଆଡ଼େ ଅଗ୍ରସର ହେଉଛି । ଏବେ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଆଗକୁ ବଢୁଛି ବାତ୍ୟା । କାଲି ଭୋରରୁ ସକାଳ ୮ଟାରୁ ୯ଟା ଭିତରେ ଧାମରାରୁ ବାଲେଶ୍ୱର ଭିତରେ ଲାଣ୍ଡଫଲ୍‌ କରିବ ୟସ୍‌ । ଆଇଏମ୍‌ଡିର ବର୍ତ୍ତମାନ ଟ୍ରାକ୍‌ କହୁଛି, ବାହାନଗାରୁ ବାସୁଦେବପୁର ଭିତରେ ହିଟ୍‌ କରିପାରେ ବୋଲି ସ୍ୱତନ୍ତ୍ର ରିଲିଫ କମିଶନକ ସୂଚନା ଦେଇଛନ୍ତି । ସ୍ଥଳଭାଗ ଛୁଇଁବା ସ୍ଥାନ ଧାମରାରୁ ଉତ୍ତର ଓ ବାଲେଶ୍ୱର ଦକ୍ଷିଣରେ ରହିଛି । ହିଟ୍‌ କରିବା ବେଳେ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ହୋଇଥିବ ୟସ୍‌ । କାଲି ରାତି ୯ରୁ ୧୦ଟା ବେଳକୁ ବାତ୍ୟା ଓଡ଼ିଶା ଅତିକ୍ରମ କରି ସାରିଥିବ ।

ବାତ୍ୟା ମାଡ଼ର ବେଶୀ କ୍ଷତି ସହିବ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା । ସେହିପରି କେନ୍ଦ୍ରାପଡ଼ା, ରାଜନଗର, ରାଜକନିକା, ଆଳି, ପଟ୍ଟାମୁଣ୍ଡାଇ, ମହାକାଳପଡ଼ାରେ ବ୍ୟାପକ କ୍ଷୟକ୍ଷତି ଆକଳନ କରାଯାଉଛି । ଏହା ବ୍ୟତୀତ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଓ ହାଟଡିହି ଏବଂ ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡାରେ ବି ପ୍ରଭାବ ଛାଡ଼ିବ ୟସ୍‌ । କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଘଣ୍ଟା ପ୍ରତି ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବହିପାରେ ।

 

 

 

KNews Bureau

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

4 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

37 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

39 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

46 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

55 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

55 mins ago