ମେ’ ୧୦ ତାରିଖ ବେଳକୁ ଆସିପାରେ ବାତ୍ୟା ! ଓଡ଼ିଶାରେ ମାଡ଼ ହେବା ସମ୍ଭାବନା

ଭୁବନେଶ୍ବର(କେନ୍ୟୁଜ): ଦାନା ବାନ୍ଧୁଛି ବାତ୍ୟା । ଯଦି ପ୍ରାକ ଆକଳନ ଠିକ ହୁଏ, ମେ’ ୧୦ ତାରିଖ ବେଳକୁ ଆସିପାରେ ବାତ୍ୟା । ଏହି ଖରାଦିନିଆ ସମ୍ଭାବ୍ୟ ବାତ୍ୟା ଆଶଙ୍କା ଚିନ୍ତା ବଢ଼ାଇଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ଭିନ୍ନ ଭିନ୍ନ ଆକଳନ କରିଛନ୍ତି ବିଭିନ୍ନ ପାଣିପାଗ ସଂସ୍ଥା ମଡେଲ । ଅଧିକାଂଶ ମଡେଲ ଅନୁସାରେ ସମ୍ଭାବ୍ୟ ବାତ୍ୟା ଭୀଷଣ ରୂପ ନେଇପାରେ । ଏହା ଆସନ୍ତା ୧୦ ବେଳକୁ ଉତ୍ତର ଆନ୍ଧ୍ର ଉପକୂଳ ଛୁଇଁବା ସମ୍ଭାବନା ଅଧିକ । କିମ୍ବା ଦକ୍ଷିଣ ଓଡିଶା ଉପକୂଳରେ ମାଡ଼ ହୋଇପାରେ ।

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ, ଆସନ୍ତା ୪ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ଅଛି । ୫ରେ ଏହା ଲଘୁଚାପରେ ପରିଣତ ହୋଇ ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇପାରେ । ବିଦେଶୀ ପାଣିପାଗ ସଂସ୍ଥା ECMWF ପୂର୍ବାନୁମାନ, ସମ୍ଭାବ୍ୟ ବାତ୍ୟା ଓଡ଼ିଶାରେ ମାଡ଼ ହେବା ସମ୍ଭାବନା ଅଧିକ । ଆମେରିକା GFS ସମ୍ଭାବ୍ୟ ବାତ୍ୟା ନେଇ ପୂର୍ବାନୁମାନ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.