ପ୍ଲାଷ୍ଟିକ ବ୍ୟବହାରକୁ ନା, ସଚେତନତା ପାଇଁ ସାଇକ୍ଲୋଥନରେ କ୍ୟାମ୍ପେନ କଲେ କିଟ ଓ କିସର ଛାତ୍ରଛାତ୍ରୀ

ଭୁବନେଶ୍ବର(କେନ୍ୟୁଜ୍): ପ୍ଲାଷ୍ଟିକ ବ୍ୟବହାରକୁ ନା । ପ୍ଲାଷ୍ଟିକ ବର୍ଜ୍ଜନ ପାଇଁ ସମସ୍ତେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଲୋକଙ୍କ ମନରେ ପ୍ଲାଷ୍ଟିକ ବର୍ଜ୍ଜନ କରିବା ପାଇଁ ସଚେତନତା ଆଣିବା ପାଇଁ ଆଜି କିଟ କ୍ରିତାର୍ଥ ପକ୍ଷରୁ ଆୟୋଜିତ ହୋଇଥିଲା ସାଇକ୍ଲୋଥନ । କିଟ ବିଶ୍ୱବିଦ୍ୟାଳୟ ଓ କିସ୍ର ଛାତ୍ରଛାତ୍ରୀ ମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ଏହି ସାଇକ୍ଲୋଥନ୍ କିଟ୍ ଗାନ୍ଧି ଛକରୁ ବାହାରି ନନ୍ଦନବିହାର ପର୍ଯ୍ୟନ୍ତ ଯାଇଥିଲା । ସେଠାରୁ ପୁଣି ଗାନ୍ଧି ଛକରେ ପହଞ୍ଚିଥିଲା ।