ରାଜ୍ୟ

କୋଟି କୋଟି ଟଙ୍କା ଆତ୍ମସାତ କରି ଧରାପଡିଲେ ଡାବୁଗାଁ ତହସିଲଦାର କାର୍ଯ୍ୟାଳୟ କିରାଣୀ, ଏବେ ଅସୁସ୍ଥ ହୋଇ ହସ୍ପିଟାଲରେ ହୋଇଛନ୍ତି ଭର୍ତ୍ତି

ନବରଙ୍ଗପୁର(କେ ନ୍ୟୁଜ):  ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ତହସିଲ କାର୍ଯ୍ୟାଳୟରରେ ସରକାରଙ୍କ ରାଜସ୍ୱ ଟଙ୍କାକୁ ହରିଲୁଟ କରି ମାଲାମାଲ ହେଉଛନ୍ତି ସରକାରୀ କର୍ମଚାରୀ । ତାହା ପୁଣି ଏକ ଲକ୍ଷ କି ଦୁଇ ଲକ୍ଷ ନୁହଁ ପୁରା ୧ କୋଟି ୨୨  ଲକ୍ଷ ଟଙ୍କା ଆତ୍ମସାଦ କରିଥିବା ନେଇ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ କିରାଣୀ ଚନ୍ଦନା ମଣ୍ଡଳଙ୍କ ନାମରେ ଡାବୁଗାଁ ଥାନାରେ ଏକ ଏତଲା ଦେଇଛନ୍ତି ତହସିଲଦାର। ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଏତଲାରେ ଦିଆଯାଇ ଥିବା ତଥ୍ୟ ଅନୁଯାୟୀ ବିଭିନ୍ନ ସମୟରେ ଚଞ୍ଚକତା କରି ଏକ କୋଟିରୁ ଉର୍ଦ୍ଧ ଟଙ୍କା ହାତେଇ ନେଇଥିଲେ କିରାଣୀ ଚନ୍ଦନା ମଣ୍ଡଳ । ଏହାର ପ୍ରମାଣ ପାଇବା ପରେ ତହସିଲଦାର ଡାବୁଗାଁ ଥାନା ଯାଇ ମହିଳା କିରାଣୀଙ୍କ ନାଁରେ ଅଭିଯୋଗ ଦେଇଥିବା ଜଣାଯାଇଛି ।

ଏହାର ପ୍ରମାଣ ପାଇବା ପରେ ତହସିଲଦାର ଡାବୁଗାଁ ଥାନାରେ ଯାଇ ମହିଳା କିରାଣୀଙ୍କ ନାଁରେ ଏତଲା ଦେଇଥିଲେ । ପରେ ଡାବୁଗାଁ ପୋଲିସ ଚନ୍ଦନା ମଣ୍ଡଳକୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଥିବା ସମୟରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯିବାରୁ ତାଙ୍କୁ ପ୍ରଥମେ ଡାବୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି | ମାତ୍ର ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ନ ଥିବା ଯୋଗୁଁ ପୋଲିସ ହେପାଜତରେ ତାଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଥିବାନେଇ ପୋଲିସ ସୂଚନା ଦେଇଛି। ଏ ଘଟଣାକୁ ନେଇ ଉପଜିଲ୍ଲାପାଳଙ୍କୁ ଯୋଗାଯୋଗ କରିବାରୁ ବର୍ତ୍ତମାନ ସୁଦ୍ଧା ମହିଳା କିରାଣୀ ଜଣଙ୍କ ପ୍ରାୟ 63 ଲକ୍ଷ ଟଙ୍କା ଆତ୍ମସାତ କରିଥିବା ନେଇ ତଥ୍ୟ ସାମ୍ନାକୁ ଆସିଛି | ଏହି ଅର୍ଥ ଅଧିକ ହେବାର ମଧ୍ୟ ସମ୍ଭାବନା ରହିଛି | ଯାହାର ତଦନ୍ତ ଏବେ ବି ଜାରି ରହିଛି | ଠକେଇ କାମରେ ମହିଳା କିରାଣୀଙ୍କ ସହ ଯେଉଁ ଯେଉଁମାନେ ସାମିଲ ଅଛନ୍ତି ସମସ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି | ବର୍ତ୍ତମାନ ମହିଳା କିରାଣୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ ଭାସ୍କର ରଇତ ।

ଏବେ ପ୍ରଶ୍ନ ଉଠୁଛି ଯେ, ଏତେ ଟଙ୍କାର ଘୋଟଲା କେତେ ଦିନରୁ ହୋଇଥିବା ବେଳେ ବିଭଗୀୟ ଅଧିକାରୀମାନେ କେମିତି ଜାଣିପାରିଲେ ନାହିଁ ଏବଂ ଏଥିରେ ସେ ମହିଳାଙ୍କ ସହ ଅନ୍ୟ କେଉଁମାନେ ଅଛନ୍ତି ତାହା ଠିକରେ ତଦନ୍ତ କଲେ ଜଣାପଡିବ ବୋଲି ସାଧାରଣରେ ଦାବି ହେଉଛି ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago