ଯାଜପୁର: ଡକାୟତ ଉଦ୍ୟମ ପଣ୍ଡ, ପୋଲିସ ହାତରେ ୪ ଡକାୟତ ଗିରଫ, ମାରଣାସ୍ତ୍ର ଜବତ

ଯାଜପୁର ରୋଡ(କେନ୍ୟୁଜ):  ଏକ ବଡ ଧରଣର ହକାୟତ ଉଦ୍ୟମ ପଣ୍ଡ କରିଛି କଳିଙ୍ଗନଗର ଥାନା ପୋଲିସ । ଗତ ୧୭ ତାରିଖ ବିଳମ୍ବିତ ରାତିରେ କଳିଙ୍ଗନଗର ଥାନା ଅନ୍ତର୍ଗତ ଡୁବୁରୀ ସିଆରିଆ ସ୍ଥିତ ଏକ ପରିତ୍ୟକ୍ତ ଘରେ ଡୁବୁରୀ ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଡକାୟତି ଉଦ୍ୟମ କରୁଥିବା ବେଳେ ୪ ଜଣ ଡକାୟତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ନାଁରେ ୨୦୮/୧୯ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ବିପୁଳ ମାରଣାତ୍ସ୍ର ଜବତ କରାଯାଇଚି । ଏହାଛଡା ସେମନେ ବ୍ୟବହାର କରିଥିବା ଗୋଟିଏ ଟାଟା ଏସସି ଗାଡି ଓ ଗୋଟିଏ ବାଇକକୁ ମଧ୍ୟ ଜବତ କରିଛି ପୁଲିସ ।ଗିରଫ ଅଭିଯୁକ୍ତ ମାନେ ହେଲେ କଳିଙ୍ଗନଗର ଥାନା ଡୁବୁରୀ ଗାଁର ଜହ୍ନ ଦାସ(୨୩),ସୁକିନ୍ଦା ଥାନା ଦଲକି ଗାଁର ଇନ୍ଦ୍ରମଣି ମହାନ୍ତ(୨୨) ଓ କଟକ ସାଲେପୁର ଥାନା ରାଇ ସୁଙ୍ଗୁଡା ଗାଁର ତାରାକାନ୍ତ ଦାସ(୩୨),ରାଘବପୁର ଗାଁର ଶେଖର ଚନ୍ଦ୍ର ଦାସ (୩୨) ଗତ ୧୭ ତାରିଖରେ ଉପରୋକ୍ତ ଅଭିଯୁକ୍ତ ମାନେ ସିଆରିଆ ସ୍ଥିତ ଏକ ପରିତ୍ୟକ୍ତ ଘରେ ଡକାୟତି ଉଦ୍ୟମ କରୁଥିବା ବେଳେ ଏକ ବିଶ୍ୱସ୍ଥନୀୟ ସୂତ୍ରରୁ ଖବର ପାଇ ଥାନା ଅଞ୍ଚଳରେ ପେଟ୍ରୋଲିଙ୍ଗ ଦାଇତ୍ୱରେ ଥିବା ପୋଲିସ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଁଚିଂ ସେଠାରୁ ଜଣେ ଅପରାଧିଙ୍କୁ ଧରିବାରେ ସଫଳ ହୋଇଥିଲେ ।

dacoit weapon

ପୋଲିସ ପହଁଚିଂବା ଦେଖି ଅନ୍ୟ ଅପରାଧି ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ।ପରେ ଗିରଫ ଅଭିଯୁକ୍ତଙ୍କ ବୟାନ ଆଧାରରେ ପୋଲିସ ତଦନ୍ତ କରି ଅନ୍ୟ ଅପରାଧିଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ ।ଗିରଫ ଜହ୍ନଙ୍କ ନାଁରେ ପୂର୍ବରୁ ମଧ୍ୟ ଚୋରୀ ମାମଲା ଥିବା ଜଣାଯାଇଛି ।ଘଟଣା ସ୍ତଳରୁ ପୋଲିସ ସଡି୦୫ଏଏନ-୭୦୦୮ ନମ୍ବର ଟାଟା ଏସସି ଗାଡି,ଗୋଟିଏ ହିରୋହୁଣ୍ଡା ବାଇକ ନଂ ଓଆର୦୫ଏଏଫ-୬୪୧୧ ଜବତ କରିଥିବା ବେଳେ ଅପରାଧିମାନଙ୍କ ନିକଟରୁ ଗୋଟିଏ ଲୁହା କଟର,ଗୋଟିଏ ଛୁରୀ,ହଳେ ହାତ ଗ୍ଳୋବସ ସ ଅନ୍ୟାନ୍ୟ ମାରଣାତ୍ସ ଜବତ କରିଛନ୍ତି ।ଗିରଫ ଅଭିଯୁକ୍ତ ମାନେ ଡୁବୁରୀ ଗାଁର ଶରତ ସାହୁଙ୍କ ଘରେ ଡକାୟତି କରିବାର ଜୋଜନା ରଖିଥିବା ଜେରା ବେଳେ ପୋଲିସ ଆଗରେ ସ୍ୱୀକାର କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.